ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ପଶ୍ଚିମ ଓଡ଼ିଶାରେ ବରଗଡ଼ ଜିଲ୍ଲାରେ ୮୬.୭୪% ପିଲା ପାସ୍‌

ସମ୍ବଲପୁର, ୮।୮ (ଇମିସ): ଯୁକ୍ତ ୨ କାଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ସାରା ରାଜ୍ୟରେ ଚଳିତବର୍ଷ କଳାରେ ପାସ୍‌ହାର ୮୨.୧୦ ରହିଛି। ପଶ୍ଚିମ ଓଡ଼ିଶାରେ ଯୁକ୍ତ ୨ କଳାରେ ବରଗଡ଼ ଜିଲ୍ଲାର ପାସ୍‌ ହାର ସର୍ବାଧିକ ୮୬.୮୪% ରହିଥିବା ବେଳେ ୭୬.୫୭% ସହ କଳାହାଣ୍ଡି ଜିଲ୍ଲାର ସର୍ବନିମ୍ନ ପାସ୍‌ ହାର ରହିଛି। କଳାରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ମୋଟ ଉପରେ ୪୩,୧୧୨ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୪,୯୯୨ ଜଣ ପ୍ରଥମ, ୧୦,୪୨୦ ଜଣ ଦ୍ବିତୀୟ ଓ ୧୭,୬୯୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବରଗଡ଼ ଜିଲ୍ଲାରେ ସର୍ବାଧିକ ୩୪୧୮ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଅନ୍ୟପଟେ ଚଳିତବର୍ଷ ଧନ୍ଦାମୂଳକରେ ରାଜ୍ୟ ପାସ୍‌ହାର ୭୦.୩୫ ରହିଛି। ତେବେ ପଶ୍ଚିମଓଡ଼ିଶାରେ ଝାରସୁଗୁଡ଼ା ଜିଲ୍ଲାର ପାସ୍‌ ହାର ସର୍ବାଧିକ ୯୦.୯% ରହିଛି। ସେଭଳି ବଲାଙ୍ଗୀରର ପାସ୍‌ ହାର ୪୮.୨୯%, ସୁବର୍ଣ୍ଣପୁରର ୬୮.୩୩%, କଳାହାଣ୍ଡିର ୩୭.୨୯%, ନୂଆପଡ଼ାର ୫୬.୯୨%, ବୌଦ୍ଧର ୭୫%, ବରଗଡ଼ର ୬୮.୫%, ଦେବଗଡ଼ ୫୩.୫୪%, ସମ୍ବଲପୁରର ୬୦.୪୧% ଓ ସୁନ୍ଦରଗଡ଼ର ୪୬.୬୬% ରହିଛି।

ପଶ୍ଚିମ ଓଡ଼ିଶାର ଯୁକ୍ତ ୨ କଳା ତାଲିକା
ଜିଲ୍ଲା ପରୀକ୍ଷାର୍ଥୀ ପାସ୍‌ହାର
ବଲାଙ୍ଗୀର ୮୯୬୯ ୭୭.୧୮
ସୁବର୍ଣ୍ଣପୁର ୪୬୩୩ ୮୩.୦୭
କଳାହାଣ୍ଡି ୬୭୭୯ ୭୬.୫୭
ନୂଆପଡ଼ା ୨୫୭୪ ୮୪.୯୨
ବୌଦ୍ଧ ୨୫୮୪ ୮୩.୦୧
ବରଗଡ଼ ୮୭୪୬ ୮୬.୭୪
ଦେବଗଡ଼ ୧୬୬୧ ୮୩.୬୨
ଝାରସୁଗୁଡ଼ା ୨୫୩୬ ୭୮.୮୬
ସମ୍ବଲପୁର ୫୩୫୮ ୮୫.୦୧
ସୁନ୍ଦରଗଡ଼ ୯୩୭୮ ୭୯.୫୬

ସମ୍ବନ୍ଧିତ ଖବର