ଭୁବନେଶ୍ବର : ଆସନ୍ତା ୮ତାରିଖରେ ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ। ଅପରାହ୍‌ଣ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। www.odisharesults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଏହି ୱେବସାଇଟ୍‌ ଜରିଆରେ ନିଜର ପରୀକ୍ଷା ଫଳ ଦେଖିପାରିବେ। ଯୁକ୍ତ ୨ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ‌ମଧ୍ୟ ସେହିଦିନ ପ୍ରକାଶ ପାଇବ।

Advertisment

ଉଲ୍ଲେଖ ଯେ ଗତମାସ ୨୭ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଥିଲେ। ଚଳିତବର୍ଷ ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ଲକ୍ଷ ୨୧ହଜାର ୫୦୮ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ। କଳାରେ ୨ଲକ୍ଷ ୧୩ହଜାର ୪୩୨, ବିଜ୍ଞାନରେ ୭୮ହଜାର ୭୭, ବାଣିଜ୍ୟରେ ୨୪ହଜାର ୧୩୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ପରୀକ୍ଷା ଦେଇଥିଲେ।