ରାଉରକେଲା : ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍‌ ମାର୍କ। ରାଜ୍ୟରେ ୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ରାଜ୍ୟରେ ରେ‌ଭେନ୍ସା କଲେଜ ପରି ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ପାନପୋଷସ୍ଥ ସରକାରୀ ସ୍ବୟଂ ଶାସିତ କଲେଜ ଆଗରେ ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ସରକାରୀ କଲେଜ ଆଗରେ ରହିଛି। ରାଜ୍ୟରେ କଳାରେ ରେଭେନ୍ସା କଲେଜ ସର୍ବାଧିକ ୮୦% କଟ୍ଅଫ୍‌ ମାର୍କ ରହିଛି। ଦ୍ବିତୀୟ ସ୍ଥାନରେ ରହିଛି ରାଉରକେଲା ପାନପୋଷସ୍ଥ ସରକାରୀ କଲେଜ। କଳାରେ କଟ୍ଅଫ୍‌ ମାର୍କ ରହିଛି ୭୯%। ତୃତୀୟ ସ୍ଥାନରେ ରହିଛି ଟିଟିଲାଗଡର ଡିଏଭି, ଚତୁର୍ଥ ସ୍ଥାନରେ ରହିଛି ବାଲେଶ୍ବର ଏଫ୍‌ଏମ୍‌ କଲେଜ। ପଞ୍ଚମରେ ଭବାନୀପାଟଣା କଳେଜ (୭୭.୫୦%)।

Advertisment

ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ହାଇଅର୍ ସେକେଣ୍ଡାରୀ ସ୍କୁଲ (କଲେଜ)ରେ ନାମ ଲେଖାଇବେ। ୮ ରୁ ୧୪ ହେବ ସ୍ଲାଇଡ୍ ଅପ୍ ପ୍ରକ୍ରିୟା। ଜୁଲାଇ ୧୯ରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ। ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା।

ସୁନ୍ଦରଗଡ଼ ଜିଲ୍ଲାରେ କଳାରେ ଦ୍ବିତୀୟ ସ୍ଥାନୀରେ ରହିଛି ସରକାରୀ କଲେଜ ସୁନ୍ଦରଗଡ଼। ଯାହାର କଟ୍‌ଅଫ୍‌ ମାର୍କ ରହିଛି ୭୬.୮୩%। ତୃତୀୟ ସ୍ଥାନରେ ରହିଛି ସରକାରୀ ମହିଳା କଲେଜ। ଯାହାର କଟ୍‌ଅଫ୍‌ ମାର୍କ ରହିଛି ୭୫.୩୩%। ଚତୁର୍ଥ ସ୍ଥାନରେ ରହିଛି ମ୍ୟୁନସିପାଲ କଲେଜ କଲେଜ (୭୦%), ପଞ୍ଚମ ସ୍ଥାନରେ ରହିଛି ସେକ୍ଟର-୧୬ ଇସ୍ପାତ କଲେଜ (୬୭%)। ବିଜ୍ଞାନରେ ପାନପୋଷସ୍ଥ ସରକାରୀ କଲେଜ ଜିଲ୍ଲାରେ ପ୍ରଥମରେ ରହିଛଇ। ଯାହାର କଟ୍‌ଅଫ୍‌ ମାର୍କ ରହିଛି ୮୪.୮୦%। ଦ୍ବିତୀୟ ସ୍ଥାନରେ ରହିଛି ସରକାରୀ ମହିଳା କଲେଜ ସୁନ୍ଦରଗଡ଼। ଯାହାର କଟ୍‌ଅଫ୍‌ ମାର୍କ ୮୧.୧୭%। ତୃତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼ ସରକାରୀ କଲେଜ। ଯାହାର କଟ୍‌ଅଫ୍‌ ମାର୍କ ରହିଛି ୭୭.୩୩%। ବାଣିଜ୍ୟରେ ପାନପୋଷ ସରକାରୀ କଲେଜ ପ୍ରଥମ। ଯାହାର କଟ୍‌ଅଫ୍‌ ମାର୍କ ରହିଛି ୭୭.୩୩%। ଦ୍ବିତୀୟ ସ୍ଥାନରେ ରହିଛି ଉଦିତନଗର ମ୍ୟୁନସିପାଲ କଲେଜ। ଯାହାର କଟ୍‌ଅଫ୍‌ ମାର୍କ ରହିଛି ୬୯%। ତୃତୀୟ ସ୍ଥାନରେ ରହିଛି ସେକ୍ଟର-୪ ରାଉରକେଲା ସରକାରୀ କଲେଜ। ଯାହାର କଟ୍‌ଅଫ୍‌ ମାର୍କ ରହିଛି ୬୦.୫୦%। ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୬୪ ସରକାରୀ ଓ ଘରୋଇ କଲେଜ ରହିଛି। ଏଥି ମଧ୍ୟରୁ ସର୍ବାଧିକ କଲେଜ ରହିଛି ରାଉରକେଲା ସହରରେ।

ଜିଲ୍ଲାର ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କରେ ଆଗରେ ଥିବା କଲେଜ

publive-image