ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ତାରିଖରୁ ଆରମ୍ଭ ହେବ। ମାର୍ଚ୍ଚ ୧ରୁ ବିଜ୍ଞାନ ବିଭାଗ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨ରେ କଳା ଓ ବାଣିଜ୍ୟ ଏବଂ ୩ରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ। ଏନେଇ ଆଜି ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୧ରୁ ଏପ୍ରିଲ ୪ତାରିଖ ପର୍ଯ୍ୟନ୍ତ +୨ ଥିଓରି ପରୀକ୍ଷା ହେବାକୁ ଥିବାବେଳେ ଫେବ୍ରୁଆରି ୧ରୁ ୧୦ତାରିଖ ପର୍ଯ୍ୟନ୍ତ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ହେବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp