ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲ୍‌-ଅପ୍‌

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌ ତାରିଖ ଗୁରୁବାର ଘୋଷଣା ହୋଇ ଯାଇଛି। ନଭେମ୍ବର ୧୬ ତାରିଖରୁ ଚଳିତ ବର୍ଷ ହେବାକୁ ଥିବା ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌ ଆରମ୍ଭ ହେବ। ୧୬ ରୁ ୨୬ ତାରିଖ ଭିତରେ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍‌ କରି ଦେଲେ ସେମାନଙ୍କୁ ଫାଇନ୍‌ ଦେବାକୁ ପଡ଼ିବ ନାହିଁ। ସେହିପରି ୨୭ ରୁ ୩୦ ତାରିଖ ମଧ୍ୟରେ ଫର୍ମ ଫିଲ୍‌ଅପ୍‌ କଲେ ୫୦ ଟଙ୍କା ଲେଖାଏଁ ଛାତଛାତ୍ରୀଙ୍କୁ ଫାଇନ୍‌ ଦେବାକୁ ଦେବାକୁ ପଡ଼ିବ। ଡିସେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍‌ଅପ୍‌ କଲେ ୩୫୦ ଟଙ୍କା ଫାଇନ୍‌ ଦେବାକୁ ହେବ।

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏଗଜାମିନେସନ୍‌ ଫି: ୧୬୫ଟଙ୍କା

ସେଣ୍ଟର ଚାର୍ଜ: ୧୨୦ ଟଙ୍କା

ଏନ୍‌ରୋଲମେଣ୍ଟ ଫି: ୨୫ଟଙ୍କା

ମାର୍କ-କମ୍‌-ପ୍ରୋଭିଜନାଲ୍‌  ସାର୍ଟିଫିକେଟ ଫି: ୧୦୦ଟଙ୍କା

ସୁପର୍‌ଭିଜନ୍‌ ଫି: ୩୦ଟଙ୍କା

କ୍ରସ୍‌ ଲିଷ୍ଟ ଫି: ୦୫ଟଙ୍କା

ପ୍ରୋସେସିଂ ଫି:୦୫ଟଙ୍କା

ଏଗ୍‌ଜାମିନେସ୍‌ ଫର୍ମ ଫି(ଥ୍ରୀଜି): ୦୫ଟଙ୍କା

ଫଟୋ ପ୍ରିନ୍‌ଟିଂ ଫି; ୨୦ଟଙ୍କା

କୋଡିଂ ଫି: ୨୫ଟଙ୍କା

କମ୍ପ୍ୟୁଟିଂ ଫି: ୨୦ଟଙ୍କା

ସର୍ବମୋଟ: ୫୨୦ଟଙ୍କା

 

ସମ୍ବନ୍ଧିତ ଖବର