ଜୁଲାଇ ୧ରୁ ୧୫ ମଧ୍ୟରେ ଯୁକ୍ତ୨ର ବାକି ପରୀକ୍ଷା

ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ବାକି ଥିବା ଅବଶିଷ୍ଟ ୨୩ଟି ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। କେଉଁ ଦିନ କେଉଁ ବିଷୟର ପରୀକ୍ଷା ହେବ ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯିବ ଯୁକ୍ତ୨ ପରୀକ୍ଷା ଓ ଖାତା ମୂଲ୍ୟାୟନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀ ଦାଶ କହିଛନ୍ତି ଯେ ଲକ୍‌ ଡାଉନ କାରଣରୁ ଯୁକ୍ତ୨ର ୨୩ ବିଷୟର ପରୀକ୍ଷା ହୋଇପାରି ନାହିଁ। ଏହି ବିଷୟଗୁଡ଼ିକର ପରୀକ୍ଷା ଶେଷ ହେବା ପାଇଁ ପ୍ରାୟ ୭ ଦିନ ଲାଗିବ। ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଯୁକ୍ତ୨ର ଯେଉଁ ବିଷୟଗୁଡିକର ପରୀକ୍ଷା ଶେଷ ହୋଇଛି ତାହାର ଉତ୍ତର ଖାତା ମୂଲ୍ୟାୟନ ଜୁନ ୧ରୁ ଆରମ୍ଭ କରାଯିବ। ଜୁଲାଇ ୧୫ ଭିତରେ ଅନ୍ୟ ବିଷୟଗୁଡ଼ିକର ପରୀକ୍ଷା ଶେଷ ହେବା ପରେ ତାହାର ମୂଲ୍ୟୟନ କରାଯିବ। ଜୁଲାଇ ସୁଦ୍ଧା ଖାତା ମୂଲ୍ୟାୟନ ଶେଷ କରି ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର