୧୭ଟି ‌କେନ୍ଦ୍ରରେ ଯୁକ୍ତ୨ ଅଫ୍‌ଲାଇନ୍‌ ଖାତାଦେଖା ଆରମ୍ଭ

ଭୁବନେଶ୍ବର : ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ଉତ୍ତର ଖାତାଗୁଡ଼ିକର ଅଫ୍‌ଲାଇନ୍‌ ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ମୋଟ ୬୬ଟି କେନ୍ଦ୍ରରେ ଖାତା ଦେଖିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ପ୍ରଥମ ଦିନରେ ୧୭ଟି କେନ୍ଦ୍ରରେ ଖାତା ଦେଖା ହେଉଛି। ଯେତିକି ସଂଖ୍ୟ ଅଧ୍ୟାପକଙ୍କୁ ମୂଲ୍ୟାୟନ ପାଇଁ ଡକାଯାଇଥିଲା ସେଥିରୁ ୬୦ ପ୍ରତିଶତ କାର୍ଯ୍ୟରେ ଯୋଗଦେଇଛନ୍ତି। ମୂଲ୍ୟାୟନ ପୂର୍ବରୁ ମୂଲ୍ୟାୟନକାରୀଙ୍କ ଥର୍ମାଲ ସ୍କ୍ରିନିଂ ହୋଇଥିଲା। କେନ୍ଦ୍ରଗୁଡ଼ିକ ଭଲ ଭାବେ ବିଶୋଧନ କରାଯିବା ସହ ହଲ୍‌କୁ ପ୍ରବେଶ ପୂର୍ବରୁ ଅଧ୍ୟାପକମା‌ନେ ହ୍ୟାଣ୍ଡୱାସ୍‌ରେ ହାତ ଧୋଇଥିଲେ। ହାତରେ ସାନିଟାଇଜ୍‌ର ଲଗାଇ ଖାତା ମୂଲ୍ୟାୟନ କରିଥିଲେ। ହଲ୍‌ ଭିତରେ ଅଧ୍ୟାପକଙ୍କ ମଧ୍ୟରେ ସାମାଜିକ ଦୂରତା ରଖାଯାଇଥିଲା। ଯେଉଁ ଅଧ୍ୟାପକ ଅସୁସ୍ଥ ଅନୁଭବ କରିଥିଲେ ସେମାନଙ୍କୁ ମୂଲ୍ୟାୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ଖାତା ମୂଲ୍ୟାୟନ ସ୍ବାଭାବିକ ହେବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର