୨ରୁ +୨ ଖାତା ଦେଖା, ଦୁଇଟି ପର୍ଯ୍ୟା‌ୟରେ ହେବ ମୂଲ୍ୟାୟନ

ଭୁବନେଶ୍ବର : ଚଳିତବର୍ଷ କୋଭିଡ ଯୋଗୁଁ ବିଳମ୍ବରେ +୨ ବାର୍ଷିକ ପରୀକ୍ଷା ହୋଇଥିବାବେଳେ ଖାତାଦେଖା ପ୍ରକ୍ରିୟା ବି ବିଳମ୍ବ ହୋଇଛି। ତେଣୁ ଯଥାସମ୍ଭବ ଶୀଘ୍ର ଫଳ ପ୍ରକାଶ ପାଇଁ ଦୁଇଟି ପର୍ଯ୍ୟ‌ାୟରେ +୨ ବିଜ୍ଞାନ, ବାଣିଜ୍ୟ, କଳା ଓ ଦୂରନିରନ୍ତର ଶିକ୍ଷା ଛାତ୍ରଛାତ୍ରୀଙ୍କର ଖାତା ମୂଲ୍ୟାୟନ ହେବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜୁନ୍‌ ୨ରୁ ୧୨ତାରିଖ ପର୍ଯ୍ୟନ୍ତ, ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଜୁନ୍ ୧୩ରୁ ୨୨ତାରିଖ ପର୍ଯ୍ୟନ୍ତ ହେବ। ଚଳିତବର୍ଷ ପ୍ରାୟ ୩ଲକ୍ଷ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଥିବାବେଳେ ୬୪ଟି କେନ୍ଦ୍ରରେ ଅଫଲାଇନ୍, ୩୭ଟି କେନ୍ଦ୍ରରେ ଅନଲାଇନ୍ ମୋଡରେ ମୂଲ୍ୟାୟନ ହେବ। ଜୁନ୍‌ ୧୦ରେ ଉତ୍ତର ଖାତା କୋଡିଂ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର