୩୧ରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ଫଳ

ଭୁବନେଶ୍ବର : ମେ’ ୩୧ରେ ପ୍ରକାଶ ପାଇପାରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ବିଧିବଦ୍ଧ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ମେ’ ୩୦ କିମ୍ବା ୩୧ ତାରିଖରେ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। କେଉଁ ଦିନ, କେତେବେଳେ ଫଳ ପ୍ରକାଶ କରାଯିବ, ଆସନ୍ତା ତାରିଖ ୨୮ ତାରିଖରେ ତାହା ଘୋଷଣା କରାଯିବ।

ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକଙ୍କ ସୂଚନା ଅନୁଯାୟୀ ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଦ୍ବିତୀୟ ପର୍ଯ୍ୟାୟରେ ଜୁନ୍‌ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଖାତା ମୂଲ୍ୟାୟନ ପରେ ଏବେ ମାର୍କିଂ ପ୍ରକ୍ରିୟା ଜାରି ରହିଛି। ଏଥର ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ଫଳ ଯେପରି ତ୍ରୁଟି ଶୂନ୍ୟ ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର