ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ: ଅଭିରୂପ ମାଇତି ବାଲେଶ୍ୱର ଟପର, ଜିଲ୍ଲାର ପାସହାର ୮୪.୨୬ ପ୍ରତିଶତ

ବାଲେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଚାଳିତ ସିଏଚଏସ୍‌ଇ ବିଜ୍ଞାନ ପରୀକ୍ଷାରେ ଚଳିତବର୍ଷ ବାଲେଶ୍ୱର ଜିଲ୍ଲାର ପାସହାର ୮୪.୨୬ ପ୍ରତିଶତ ରହିଛି। ଗତବର୍ଷ ତୁଳନାରେ ପାସହାର ୨.୩ ପ୍ରତିଶତ ହ୍ରାସ୍‌ ପାଇଥିଲେ ହେଁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛନ୍ତି। ତେବେ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଂଖ୍ୟାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଚଳିତବର୍ଷ ପରୀକ୍ଷାରେ ଜିଲ୍ଲାରେ ମୋଟ ୬୬୫୪ ଜଣ ଛାତ୍ରଛାତ୍ରୀ ଯୁକ୍ତଦୁଇ ବିଜ୍ଞାନରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୬୦୭ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୭୭୦ ଜଣ ପ୍ରଥମ ଶ୍ରେଣୀରେ, ୧୯୯୩ ଜଣ ଦ୍ଵିତୀୟ ଶ୍ରେଣୀରେ ଓ ୮୦୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାଛଡ଼ା ୩୫ ଜଣ ଛାତ୍ରଛାତ୍ରୀ କମ୍ପାଟମେଣ୍ଟ ପାସ କରିଥିବା ବେଳେ ଜଣେ ମାଲ୍‌ପ୍ରାକ୍ଟିସ ହୋଇଛନ୍ତି। ସରକାରୀ କଲେଜ ଗୁଡ଼ିକ ଅପେକ୍ଷା ତିନିଟି ଜିଲ୍ଲାରେ ଘରୋଇ ଓ ଆବାସିକ କଲେଜର ଫଳାଫଳ ଉତ୍ସାହଜନକ ରହିଥିବା ଜଣାପଡ଼ିଛି। ଜିଲ୍ଲାରୁ ୧୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଏବଂ ଏହାଠାରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଝାଡ଼େଶ୍ୱର ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଭିରୂପ ମାଇତି ସର୍ବାଧିକ ୫୬୧ ମାର୍କ ରଖି ଜିଲ୍ଲା ଟପର ହୋଇଛନ୍ତି।

ସେହିପରି ଝାଡ଼େଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସଚ୍ଚିଦାନନ୍ଦ ବେହେରା(୫୫୦), ସେମ୍ୟରଂଜନ ନାୟକ(୫୪୮), ଜୟପ୍ରକାଶ ରାଉତ(୫୫୫), ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ମୋନାଲିସା ସାହୁ(୫୫୫), ଉପେନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଅର୍ପିତା ସାହୁ(୫୫୨), ଅଙ୍କିତା ସାହୁ(୫୫୨), ଲକ୍ଷ୍ମୀଧର ସେଠୀ(୫୪୧), ଶ୍ୟାମସୁନ୍ଦର ମହାନ୍ତି(୫୪୫), ସିଦ୍ଧିବିନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରଭୁଶଂକର ବାରିକ(୫୪୮), ସୁଲଗ୍ନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବିଜୟ କୁମାର ପାଣିଗ୍ରାହୀ(୫୬୦) ଓ ନୀଳାଚଳ ସାହୁ(୫୪୨) ମାର୍କ ରଖି ଜିଲ୍ଲା ପାଇଁ ଗେରବ ଆଣିଛନ୍ତି।

ଏବର୍ଷ କରୋନା କଟକଣା ଓ ଲକଡାଉନ ଯୋଗୁଁ ଖାତାଦେଖା ବିଳମ୍ବିତ ହୋଇଥିଲା। ଏହା ଫଳରେ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହୋଇଛି। ଅନ୍ୟପକ୍ଷରେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭ କ୍ୟାମେରା ଲାଗିବା ଯୋଗୁଁ ଏଥର ପାସହାର କମିଥିବା ସିଏଚ୍‌ଏସ୍‌ଇ ଉତ୍ତର ଓଡ଼ିଶା ଜୋନ୍ର ଡେପୁଟି ସେକ୍ରେଟାରୀ ଜୟଦେବ ପରମାଣିକ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର