ପିଏମ୍ କିଷାନ ତାଲିକା ମାଗିଲା କେନ୍ଦ୍ର : ୧୫ ସୁଦ୍ଧା ତାଲିକା ନ ଦେଲେ ଟଙ୍କା ମିଳିବନି

ରାଜ୍ୟ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ୱର : କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାର ଯେମିତି ତତ୍ପରତା ଦେଖାଉଛନ୍ତି, ଏବେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ‌କ୍ଷେତ୍ରରେ କେନ୍ଦ୍ର ସରକାର ସମାନ ଆଭିମୁଖ୍ୟ ପୋଷଣ କଲେଣି। ତାଲିକା ଦେବାରେ ରାଜ୍ୟ ସରକାର ବିଳମ୍ବ କରୁଥିବା ପରିପ୍ରେକ୍ଷୀରେ େକନ୍ଦ୍ର ସରକାର ଟିକିଏ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରଧାନ ମନ୍ତ୍ରୀ ସମ୍ମାନ କିଷାନ ନିଧି (ପିଏମ୍‍-କିଷାନ) ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ଅପଲୋଡ୍‍ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ସରକାର ବିଳମ୍ବ ନ କରିବା ଲାଗି ମଧ୍ୟ େକନ୍ଦ୍ର ତାଗିଦ୍ କରିଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ପିଏମ୍‍-କିଷାନ ସିଇଓ ବିବେକ ଅଗ୍ରୱାଲ ରାଜ୍ୟ ସରକାରଙ୍କୁ ଚିଠି େଲଖିଥିବା ସୂଚନା ମିଳିଛି।

େକନ୍ଦ୍ର ରୋକ୍‌ଠୋକ୍ ଜଣାଇଛି, ଯଦି ରାଜ୍ୟ ସରକାର ୧୫ ତାରିଖ ସୁଦ୍ଧା ଚାଷୀଙ୍କ ତାଲିକା ପ୍ରଦାନ ନ କରନ୍ତି, ତେବେ ସେମାନେ ଓଡ଼ିଶାର ଚାଷୀ ପରବର୍ତ୍ତୀ କିସ୍ତି ଅର୍ଥ ପାଇବାରୁ ବଞ୍ଚିତ ହେବେ। ନିୟମ ଅନୁସାରେ, ରାଜ୍ୟ ସରକାର ପୋର୍ଟାଲରେ ଚାଷୀଙ୍କ ତାଲିକା ଅପ୍‍ଲୋଡ କରିବା ପରେ ସେହି ଚାଷୀମାନଙ୍କୁ କିସ୍ତି ଅର୍ଥ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର