ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉତ୍ତର ପ୍ରଦେଶର ଗୋରଖପୁର ଠାରେ ‘ପିଏମ କିଷାନ ସମ୍ମାନ ନିଧି’ ଯୋଜନା ଶୁଭାରମ୍ଭ କରିଛନ୍ତି। ଓଡ଼ିଶାରେ ଏହି ଯୋଜନାକୁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ୍ ଆରମ୍ଭ କରିଛନ୍ତି। ପିଏମ କିଷାନ ଯୋଜନା ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶେଖାଓ୍ଵତ୍ କହିଛନ୍ତି, ଓଡ଼ିଶା ସରକାର ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ତାଲିକା ଦେଇଛନ୍ତି। ଏଥିରୁ ୯ ଲକ୍ଷ ୪୨ ହଜାର ଚାଷୀଙ୍କ ତାଲିକା ଯାଞ୍ଚ ଶେଷ ହୋଇଛି। ଏହାରି ଭିତରେ କିଛି ତ୍ରୁଟି ମଧ୍ୟ ଦେଖାଯାଇଛି। ଏହି ତ୍ରୁଟିକୁ ସଂଶୋଧନ କରି ପଠାଇଲେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। କେନ୍ଦ୍ରମନ୍ତ୍ରୀ କାଳିଆ ଯୋଜନାକୁ କଟାକ୍ଷ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦାବି କଥା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୫ ଲକ୍ଷ ଭୂମିହୀନଙ୍କ ବାଦ୍ ଦେଲେ ୪୦ରୁ ୪୫ ଲକ୍ଷଙ୍କ ତାଲିକା ରହିବା କଥା। ମାତ୍ର ରାଜ୍ୟ ସରକାର ଏହି ସବୁ ଚାଷୀଙ୍କ ତାଲିକା ଦେଇ ନାହାନ୍ତି। ବୈଷୟିକ ଯୁଗରେ ଲୋକଙ୍କୁ ଭ୍ରମିତ ଜାଲ ମଧ୍ୟରେ ରଖି ପାରିବ ନାହିଁ। ରାଜ୍ୟ ସରକାର ତଥ୍ୟ ଦେବାରେ ବିଳମ୍ବ କରିଛନ୍ତି ବୋଲି ଶେଖାଓ୍ଵତ କହିଛନ୍ତି।