୨୯ରେ ମୋଦୀ, ୧ରେ ଶାହ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେପିର ଦୁଇ ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଜୟପୁର ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ। ସେ ୨ ତାରିଖରେ ପୁନର୍ବାର ଓଡ଼ିଶା ଆସି ଭବାନୀପାଟଣାରେ ଏକ ଜନସଭାକୁ ଉଦ୍‌ବୋଧନ ଦେବେ। ସେହିପରି ୧ ତାରିଖରେ ଅମିତ ଶାହ ପାରଳାଖେମୁଣ୍ଡି ଓ ଉମରକୋଟରେ ଦୁଇଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ଉଭୟ ନେତାଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର