ମୋଦୀଙ୍କ ନିର୍ବାଚନ ଖର୍ଚ୍ଚରେ ଅସଂଗତି: ଆରଟିଆଇ

ବଲାଙ୍ଗୀର :ଗତ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚଚନ ଖର୍ଚ୍ଚରେ ଅସଂଗତି ରହିଛି। ରାଜ୍ୟର ଜଣାଶୁଣା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କ ହସ୍ତଗତ ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ମୋଦୀଙ୍କ ନିର୍ବାଚନ ଖର୍ଚ୍ଚ ଓ ଏଥିରେ ବ୍ୟବହାର କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ତାଳମେଳ ନଥିବା ଶ୍ରୀ ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା ଏକ ବିବୃତିରେ କହିଛନ୍ତି ଯେ, ମୋଦୀ ଗତ ଲୋକସଭା ନିର୍ବାଚନରେ ଦୁଇଟି ଆସନ ଭଦୋଦରା ଓ ବାରଣାସୀ ଲୋକସଭା ନିର୍ବାଚନ ମଣ୍ତଳୀରୁ ବିଜୟୀ ହୋଇଥିଲେ। ନିୟମ ମୁତାବକ ଭଦୋଦରା ଆସନରୁ ଇସ୍ତଫା ଦେଇ ବାରଣାସୀରୁ ସଦସ୍ୟ ପଦକୁ ବଜାୟ ରଖିଛନ୍ତି। ଭଦୋଦରା ଆସନରେ ନିର୍ବାଚନ ପାଇଁ ଖର୍ଚ୍ଚ କରାଯାଇଥିବା ତାଲିକା ଓ ବ୍ୟାଙ୍କ ଆକାଉଣ୍ଟରେ ଉଲ୍ଲେଖ ମଧୢରେ ତାଳମେଳ ରହୁନାହିଁ।

ଗୁଜରାଟର ଭଦୋଦରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ବାଚନ ଶାଖାରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି ବୋଲି ଶ୍ରୀ ପଣ୍ତା କହିଛନ୍ତି। ମୋଦୀଙ୍କ ନାମରେ ଖୋଲାଯାଇଥିବା ବ୍ୟାଙ୍କ ଅଫ୍‌ ଇଣ୍ତିଆ ଆକାଉଣ୍ଟ ନ˚ ୨୦୪୦୧୦୩୧୦୦୦୦୫୦୦ ର ତଥ୍ୟରୁ ଜଣାପଡିଛି ଯେ, ଭାରତୀୟ ଜନତା ପାର୍ଟି ଶ୍ରୀ ମୋଦୀଙ୍କୁ ୪୭ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଛି। ଆକାଉଣ୍ଟ ଖୋଲିବା ପାଇଁ ୪ ଅପ୍ରେଲ ୨୦୧୪ ମସିହାରେ ୧ ହଜାର ଟଙ୍କା ଜମା କରାଯାଇଥିବାବେଳେ ୩ ଅପ୍ରେଲ ୨୦୧୪ ରୁ ୧୩ ଜୁନ ୨୦୧୪ ମସିହା ପର୍ଯ୍ୟନ୍ତ ଆକାଉଣ୍ଟରେ ହୋଇଥିବା ଆୟବ୍ୟୟର ବିବରଣୀ ସୂଚନା କର୍ମୀ ପଣ୍ତାଙ୍କୁ ପ୍ରଦାନ କରାଯାଇଛି। ସମୁଦାୟ ୪୭ଲକ୍ଷ ୫୧ହଜାର ୩୦ଟଙ୍କା ଜମା ହୋଇଥିବାବେଳେ ଖର୍ଚ୍ଚ କରାଯାଇଛି ୩୩ ଲକ୍ଷ ୪ ହଜାର ୬୧୧ ଟଙ୍କା। କିନ୍ତୁ ଦାଖଲ କରାଯାଇଥିବା ସଂକ୍ଷିପ୍ତ ବିବରଣୀରେ ଭାରତୀୟ ଜନତା ପାର୍ଟି ୩୮ ଲକ୍ଷ ୨୯ ହଜାର ୯୯୩ ଟଙ୍କା ପ୍ରଦାନ କରିଥିବା ଦର୍ଶାଯାଇଛି ଓ ଅନ୍ୟ ବ୍ୟକ୍ତି ବିଶେଷ, ସ˚ସ୍ଥା ଓ ସ˚ଗଠନ ୧୧ଲକ୍ଷ ଟଙ୍କା ଦାନ କିମ୍ବା ଋଣ ସୂତ୍ରରେ ଏହିପରି ସମୁଦାୟ ୫୦ ଲକ୍ଷ ୩ହଜାର ଟଙ୍କା ପ୍ରଦାନ କରିଥିବା ଉଲ୍ଲେଖ କରାଯାଇଛି। ବିବରଣୀରେ ବ୍ୟାଙ୍କ ଆକାଉଣ୍ଟ ରେ ଆର୍‌ଟିଜିଏସ୍‌ରେ ଜମା ହୋଇଛି ୪୭ ଲକ୍ଷ ୫୦ହଜାର ଟଙ୍କା ଓ ୧୧ ଲକ୍ଷ ୭୩ହଜାର ୬୦୫ଟଙ୍କା ଅନ୍ୟ ସୂତ୍ରରୁ ମିଳିଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଏହା ସମୁଦାୟ ୫୯ ଲକ୍ଷ ୨୩ ହଜାର ୬୦୫ ଟଙ୍କା। ନିର୍ବାଚନରେ ଖର୍ଚ୍ଚ ହେଉଥିବା ଓ ଗ୍ରହଣ କରୁଥିବା ଅର୍ଥ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କରାଯିବାର ନିୟମ ରହିଥିଲେ ମଧୢ ଆକାଉଣ୍ଟ ରେ ଏ ସମସ୍ତ ବିଷୟ ସ୍ଥାନ ପାଇ ନାହିଁ ବୋଲି ସୂଚନା କର୍ମୀ ପଣ୍ତା ପ୍ରକାଶ କରିଛନ୍ତି।

ନିର୍ବାଚନ ଖର୍ଚ୍ଚରେ ସ୍ବଚ୍ଛତା ନିର୍ବାଚନ ସ˚ସ୍କାରର ଏକ ଅ˚ଶ ବିଶେଷ। ମାତ୍ର ଦେଶର ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚରେ ଦୃଷ୍ଟାନ୍ତମୂଳକ ସ୍ବଚ୍ଛତା ରକ୍ଷା କରିବା ଦେଶବାସୀ ଆଶା କରୁଥିବା ବେଳେ ମୋଦୀଙ୍କ କ୍ଷେତ୍ରରେ ଏହା କରାଯାଇନାହିଁ ବୋଲି ଶ୍ରୀ ପଣ୍ତା କହିଛନ୍ତି।

ସମ୍ବନ୍ଧିତ ଖବର