ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀ, ଆକାଶମାର୍ଗରୁ କରିବେ ବାତ୍ୟା ସମୀକ୍ଷା, ଅଧିକାରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ମୋଦୀ ନୂଆଦିଲ୍ଲୀରୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିଥିଲେ । ବିମାନବନ୍ଦରରେ ପହଂଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କୁ ସ୍ୱାଗତ କରିଥିଲେ । ସାମୁଦ୍ରିକ ଝଡ଼ ଫନି ପରେ ମୋଦୀ ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ବିମାନ ବନ୍ଦରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତ ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଆକାଶମାର୍ଗରୁ ବାତ୍ୟାର ସ୍ଥିତି ଦେଖି ସମୀକ୍ଷା କରିବେ । ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଭାଗ ନେଇ ବିଭିନ୍ନ ସମସ୍ୟାର ସମାଧାନକୁ କିଭଳି ଭାବରେ ଶୀଘ୍ର ସମାଧାନ କରାଯାଇ ପାରିବ ସେ ନେଇ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ପୁରୀ ଗସ୍ତ କରି ସ୍ଥିତି ସମୀକ୍ଷା କରିବେ ।

ସମ୍ବନ୍ଧିତ ଖବର