ଜାନୁଆରିରେ ଦୁଇଥର ଓଡ଼ିଶା ଆସିବେ ମୋଦୀ

ଜାନୁଆରି ୫ରେ ବାରିପଦା ଓ ୧୬ରେ ଗଞ୍ଜାମ ଆସିପାରନ୍ତି, ବିଜେପି ଉତ୍ସାହିତ, ବିରୋଧୀ କହିଲେ ନିର୍ବାଚନୀ ଚାଲ୍

ଭୁବନେଶ୍ବର : ଡିସେମ୍ବର ୨୪ ତାରିଖ ନୁହେଁ ଜାନୁଆରିରେ ବି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ମାସ ୫ ତାରିଖରେ ବାରିପଦା ଓ ୧୬ ତାରିଖରେ ଗଞ୍ଜାମ ଗସ୍ତରେ ପ୍ରଧାନମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି। େମାଦୀଙ୍କ ଗସ୍ତକୁ ନେଇ ବିଜେପି ମହଲରେ ଉତ୍ସାହ େଦଖାଦେଲାଣି।

ରାଜ୍ୟ ବିଜେପି େନତାଙ୍କ କହିବା କଥା େହଉଛି, ପୂର୍ବ ଭାରତର ବିକାଶ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ େଯଉଁ ସଂକଳ୍ପ େନଇଛନ୍ତି, ତାହାକୁ ସାକାର କରିବା ଲକ୍ଷ୍ୟରେ ଏହି ଗସ୍ତ ଉଦ୍ଦିଷ୍ଟ। ବିରୋଧୀ କିନ୍ତୁ ଏହାକୁ ନିର୍ବାଚନୀ ଚାଲ ବୋଲି ଅଭିଯୋଗ କରିଛନ୍ତି। ବିଜେ଼ଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସାଢ଼େ ଚାରିବର୍ଷ ଭିତରେ ଯେତିକି ଥର ପ୍ରଧାନମନ୍ତ୍ରୀ ଗସ୍ତ କରିଥିଲେ ତାଠାରୁ ଅଧିକ ଥର ଆସନ୍ତା ଦୁଇମାସ ମଧ୍ୟରେ ଗସ୍ତ କରିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛି ବିେଜପି। ବିକାଶ ବାହାନା, ନିଜ ଦଳ ପାଇଁ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ େମାଦୀ ଆସୁଛନ୍ତି। ଯେଉଁ ପ୍ରତିଶ୍ରୁତି ଓଡି଼ଶାକୁ ମିଳିଥିଲା ତାହା ସାଢ଼େ ଚାରିବର୍ଷ ମଧ୍ୟରେ ପୂରଣ ହୋଇପାରିନି। କୋଷ୍ଟାଲ ରାଜପଥ,ବ୍ରାହ୍ଣଣୀ ନଦୀ ଉପରେ ଦ୍ବିତୀୟ ପୋଲ, ରାଉରକେଲା ଇସ୍ପାତ ମେଡିକାଲ କଲେଜ,ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରସଙ୍ଗରେ ଯଦି ମୋଦୀ ସରକାର ଯଦି କାର୍ଯ୍ୟ କରିଥାନ୍ତେ ତା ହେଲେ ବିଜେପିର ଦାବିକୁ ଆଂଶିକ ଭାବେ ଲୋେକ ଗ୍ରହଣ କରିଥାନ୍ତେ।

ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଛନ୍ତି, ସାଢ଼େ ଚାରିବର୍ଷ ଭିତରେ ମୋଦୀ ସରକାର ପୂର୍ବ ଭାରତର ବିକାଶ କରିପାରିଲେନାହିଁ। ଏବେ ଯେତେବେଳେ ବିଜେପିରୁ ଲୋକେ ମୁହଁ େଫରାଇଲେଣି ସେତେବଳେ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଆସି ଦଳର ସୁରକ୍ଷା ଲାଗି ପାଦ ଭିଡୁଛନ୍ତି। ଏହା ନିର୍ବାଚନୀ ଚାଲ ଛଡ଼ା ଆଉ କିଛି ନୁହେଁ।

ସମ୍ବନ୍ଧିତ ଖବର