ଜୟନ୍ତୀରେ ବିଜୁବାବୁଙ୍କ ସାହସିକତା କଥା ମନେପକାଇଲେ ମୋଦୀ

ଜାରି କଲେ ବ୍ରିଟିଶ ସରକାରଙ୍କ ଗୋପନ ରିପୋର୍ଟ

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ଟ୍ବିଟ୍‌ କରି ମୋଦୀ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡ଼ିଶା ଓ ଭାରତର ବିକାଶ ଲାଗି ସେ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି ।

ନିଜର ଏହି ଟ୍ବିଟ୍‌ରେ ସେ ବିଜୁବାବୁଙ୍କ ଅସାଧାରଣ ସାହସର ସ୍ମୃତିଚାରଣ କରିବା ସହ ୧୯୪୫ରେ ତତକାଳୀନ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ଗୁଇନ୍ଦା ବ୍ୟୁରୋର ଏକ ଗୁପ୍ତ ରିପୋର୍ଟକୁ ନିଜ ସଂଲଗ୍ନ କରିଛନ୍ତି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ବିଜୁ ପଟ୍ଟନାୟକ ତତକାଳୀନ ଇଣ୍ଡିଆନ ନ୍ୟାସନାଲ ଏୟାର୍‌ୱେଜ୍‌ ଜଣେ ପାଇଲଟ ଥିବା ବେଳେ କମ୍ପାନିର ନିୟମ ଓ ବ୍ରିଟିଶ ସରକାରଙ୍କ କଟକଣାକୁ ଖାତିର ନ କରି ସ୍ୱାଧୀନତା ସଂଗ୍ରାମୀ ରାମ ମନୋହର ଲୋହିଆଙ୍କୁ ଦିଲ୍ଲୀରୁ କାଲକାତା (ବର୍ତ୍ତମାନର କୋଲକାତା)କୁ ନେଇଯାଇଥିଲେ । ସେତେବେଳେ ଲୋହିଆ ଆତ୍ମଗୋପନ କରିଥିଲେ। ଏହାଦ୍ୱାରା ବିଜୁ ପଟ୍ଟନାୟକ ଜଣେ ପାଇଲଟ ହିସାବରେ ନିଜ ପଦର ଦୁରୁପଯୋଗ କରିଥିଲେ ବୋଲି ଗୁଇନ୍ଦା ବ୍ୟୁରୋ ବ୍ରିଟିଶ ସରକାରଙ୍କୁ ରିପୋର୍ଟ ଦେଇଥିଲା । ଏହା ପରେ କମ୍ପାନି ପକ୍ଷରୁ ବିଜୁବାବୁଙ୍କୁ ନିଲମ୍ବିତ କରାଯାଇଥିଲା ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସେତେବେଳେ ପୂର୍ବଭାରତରେ ସ୍ୱାଧୀନତା ଆନ୍ଦୋଳନ ତୀବ୍ର ହୋଇଥିବା ଦୃଷ୍ଟିରୁ ବିଜୁ ପଟ୍ଟନାୟକଙ୍କୁ ବ୍ରିଟିଶ ସରକାର ବିପଦ ମନେକରୁଥିଲେ । ଏହା ସତ୍ତ୍ୱେ ସେମାନେ ବିଜୁବାବୁଙ୍କୁ ଅଧିକ ସମୟ ନିଲମ୍ବିତ ରଖିବାକୁ ଚାହୁଁ ନଥିଲେ କାରଣ ଏହା ଦ୍ୱାରା ତତ୍‌କାଳୀନ ଟାଟା ଏୟାରଲାଇନ୍ସ (ବର୍ତ୍ତମାନର ଏୟାରଇଣ୍ଡିଆ) ତାଙ୍କୁ ନିଜ କମ୍ପାନିକୁ ନେଇଯିବାର ଆଶଙ୍କା ଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର