ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୦ ତାରିଖ ଦିନ ପୁରୀରେ ରୋଡ ସୋ’ କରିବେ। ଏନେଇ ବିଜେପି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛି। ପ୍ରଧାନମନ୍ତ୍ରୀ ମୋଦୀ ମେ’ ୨୦ରେ ପୁରୀରେ ସକାଳୁ ପହଞ୍ଚିବା ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେବେ। ଦର୍ଶନ ସାରି ରୋଡ୍ ସୋ’ କରିବେ। ଏହି ରୋଡ୍ ସୋ’ ସମୟରେ ମୋଦୀଙ୍କ ସୁସଜ୍ଜିତ ଗାଡ଼ିରେ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ରହିପାରନ୍ତି। ସେହିପରି ପୁରୀ ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀମାନେ, ନେତା ଓ କର୍ମୀମାନେ ଉପସ୍ଥିତ ରହିବେ। ବଡ଼ଦାଣ୍ଡରେ ପ୍ରଥମ ଥର ପାଇଁ ରୋଡ ସୋ’ ହେଉଥିବାରୁ ମୋଦୀଙ୍କ ଝଲକ ପାଇବାକୁ ସମର୍ଥକମାନେ ସୁଯୋଗ ପାଇପାରିବେ।
ରୋଡ୍ ସୋ’ ଅବସରରେ ପ୍ରଧାନମନ୍ତ୍ରୀ କିଛି ବାଟ ଚାଲିଚାଲି ଲୋକଙ୍କ ସହ ହାତ ମିଳାଇବେ। ସକାଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପୁଲିସ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଉଛି।
ଚଳିତ ମାସ ୨୫ରେ ପୁରୀ ଲୋକସଭା ଆସନ ସହ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲିରେ ମତଦାନ ହେବ। ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ମହାଶକ୍ତି ପ୍ରଦର୍ଶନ ପାଇଁ ସଜବାଜ ହେଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/faab9d37-5750-42e6-bd51-377317484302.jpeg)