ଭୁବନେଶ୍ବର/ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ର୍ରୁଆରି ୩ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଗସ୍ତରେ ଆସି ସେ ସମ୍ବଲପୁରସ୍ଥିତ ଆଇଆଇଏମ ଦ୍ବାରା ଆୟୋଜିତ ସମାରୋହରେ ଯୋଗଦେବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2024/01/5d686ea4-1a9a-42fe-8068-6e77cd4cb6d8-1024x576.jpeg)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଆଇଆଇଏମ୍ର ନୂଆ ପରିସରକୁ ଉଦ୍ଘାଟନ କରିବେ। ଏହି ପରିସରର ନିର୍ମାଣରେ ପ୍ରାୟ ୪୦୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅବସରରେ ମୋଦୀ ଆଇଆଇଏମ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନର ପ୍ରାୟ ୫୦୦୦ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ। ଏହି ଗସ୍ତ କାଳରେ ସେ ରେମେଡ ପଡ଼ିଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିକ କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ଶ୍ରୀ ସାମଲ କହିଛନ୍ତି ସମ୍ବଲପୁର ଆଇଆଇଏମ୍ରେ ଯୋଗଦେବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ ସମାବେଶ କରିବେ। ମୋଦୀଙ୍କ ସମାବେଶକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ଯୋରଦାର ଉଦ୍ୟମ କରାଯାଇଛି। ଓଡ଼ିଶାରେ ପୂର୍ବରୁ ହୋଇଥିବା ସମାବେଶ ତୁଳନାରେ ଏହା ନିଆରା ହେବ ବୋଲି ଦଳ କହିଛି।
ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କ ବଳ ବଢ଼ାଇ ପାରନ୍ତି। ଅନ୍ୟପଟରେ ମୋଦୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପିରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ନିତିନ ଗଡ଼କରି ଓ ରାଜନାଥ ସିଂ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/bd7799c4-abc6-4adc-8145-b52c5ce5133f.jpeg)