ପ୍ରଦୀପ୍ତ ନାୟକ ଓ ରଘୁନାଥ ମହାପାତ୍ରଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଅବଗତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଦୀପ୍ତଙ୍କ ସ୍ତ୍ରୀ କମଳା ନାୟକଙ୍କ ସହ ମୋଦୀ ଫୋନ୍‌ରେ କଥା ହୋଇଛନ୍ତି । ମୋଦୀ ସାଂସଦ ରଘୁନାଥ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝଛନ୍ତି । ସେ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅଙ୍କ ସହ କଥା ହୋଇଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ଏବେ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି । ଉଭୟଙ୍କର ପରିବାର ଲୋକଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି । ମୋଦୀ ଉଭୟ ନେତାଙ୍କ ଚିକିତ୍ସା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ସେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଓ ଭୁବନେଶ୍ୱର ଏମ୍ସ ଡାକ୍ତରୀ ଟିମ ସହିତ କଥା ହୋଇଥିଲେ । ପ୍ରଦୀପ୍ତ ନାୟକ ଏବଂ ରଘୁନାଥ ମହାପାତ୍ରଙ୍କ ସ୍ୱାସ୍ଥ୍ୟ ସଂପର୍କରେ ମଧ୍ୟ ବୈଠକରେ କହିଥିଲେ । ଧର୍ମେନ୍ଦ୍ରଙ୍କ ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର