ଝାରସୁଗୁଡା : ଆସନ୍ତା ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି। ଏଥିପାଇଁ ସେ ଝାରସୁଗୁଡା ବିମାନ ବନ୍ଦର ଦେଇ ଯିବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବାରୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ ତତ୍ପର ହୋଇଉଠିଛି। ଆସନ୍ତା ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୯.୩୫ରେ ନୂଆଦିଲ୍ଲୀ ବିମାନବନ୍ଦରରୁ ଭାରତୀୟ ବାୟୁସେନାର ଏକ ବୋଇଂ ବିବିଜେରେ ଆସି ଝାରସୁଗୁଡା ବିମାନ ବନ୍ଦରରେ ୧୧.୧୫ରେ ଓହ୍ଲାଇବେ। ଝାରସୁଗୁଡା ବିମାନ ବନ୍ଦରଠାରୁ ଏମ୍ଆଇ-୮/୧୭ ହେଲିକପ୍ଟରରେ ୧୧.୨୦ରେ ବାହାରି ଛତିଶଗଡ଼ ରାୟଗଡ଼ରେ ୧୧.୫୦ରେ ପହଞ୍ଚିବେ। ଦିନ ୧ଟାରେ ପୁଣି ହେଲିକପ୍ଟରରେ ରାୟଗଡ଼ରୁ ବାହାରି ଝାରସୁଗୁଡାରେ ୧.୩୦ରେ ପହଞ୍ଚିବେ। ୧.୩୫ରେ ପୁଣି ବାୟୁସେନାର ବିମାନରେ ପଶ୍ଚିମବଙ୍ଗର ବାଗଡୋଗରା ବିମାନ ବନ୍ଦରରେ ଅପରାହ୍ନ ୩.୦୫ରେ ଅବତରଣ କରିବେ। ଝାରସୁଗୁଡା ବିମାନ ବନ୍ଦରରୁ ଦୁଇ ଦୁଇ ଥର ଉଡାଣ ଓ ଅବତରଣ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ରହଣୀ ସମୟରେ ସ୍ୱାସ୍ଥ୍ୟ ବିଭାଗ, ପୁଲିସ ବିଭାଗ, ଏସ୍ପିଜି, ଟେଲିଫୋନ୍, ବିଦ୍ୟୁତ ବିଭାଗ ସଜାଗ ରହିବା ସହିତ ଜରୁରୀ ପରିସ୍ଥିତି ପାଇଁ ମୋଦୀଙ୍କ କାରକେଡ୍ ପାଇଁ ୨୦ଟି ଇନୋଭା ପ୍ରସ୍ତୁତ ରଖାଯିବା ପାଇଁ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏଆଇଜି ଅଜୟ କୁମାର ସରଣ ଆସନ୍ତା ୬ ତାରିଖ ଦିନ ବିମାନବନ୍ଦରଠାରେ ଏକ ବୈଠକ ଡାକିଥିବା ଜଣାଯାଇଛି।
ଆସନ୍ତା ୮ ତାରିଖରେ ଝାରସୁଗୁଡା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଶାସନ ତତ୍ପର
/sambad/media/post_attachments/wp-content/uploads/2019/02/modi.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)