ବାରିପଦା: ବର୍ଷେ ହେବ ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ କେମିତି ହେଲା? ନବୀନଙ୍କ ସହ ଅତି ଘନିଷ୍ଠ ଥିବା ଲୋକ କହୁଛନ୍ତି, ନବୀନ ଏବେ ନିଜେ କିଛି କରିପାରୁନାହାନ୍ତି। ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ପଛରେ କିଛି ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ତାଙ୍କ ଘନିଷ୍ଠ କହୁଛନ୍ତି। ପ୍ରଶ୍ନ ଉଠୁଛି, ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଛରେ ଷଡ଼ଯନ୍ତ୍ର ହେଉନି ତ? ଏହା ପଛରେ ସେହି କୋଟେରୀ କାମ କରୁନି ତ, ଯେଉଁମାନେ ପରଦା ପଛରେ ରହି ଓଡ଼ିଶାର ଶାସନ କରୁଛନ୍ତି। ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି? ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି। ଏହାର ଯାଞ୍ଚ ହେବା ଆବଶ୍ୟକ। ବିଜେପି ସରକାର ଆସିଲେ, ସ୍ପେଶାଲ କମିଟି ଗଠନ କରାଯିବ, ଯାଞ୍ଚ କରାଯିବ।
ବୁଧବାର ବାରିପଦାରେ ବିଜେପିର ବିଜୟ ସଙ୍କଳ୍ପ ଶୋଭାଯାତ୍ରାରୁ ଏଭଳି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରସଙ୍ଗ ଉଠାଇବା ସହିତ ନବୀନଙ୍କ ଏପରି ଅଚାନକ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡଯନ୍ତ୍ର ଅଛି ବୋଲି ମୋଦୀ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ରାଜ୍ୟରେ ବିଜେପି ସରକାର ଆସିଲେ ଏହାର ଯାଞ୍ଚ କରିବାକୁ ଏକ କମିଟି ଗଠନ ହେବ ବୋଲି ମଧ୍ୟ କହିଛନ୍ତି ମୋଦୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/CM-Naveens-Sunnden-Health-Illness-Investigation-Will-Be-Done_Modi-Says_Thumbnail-1.jpg)