ଭୁବନେଶ୍ବର/ସମ୍ବଲପୁର: ଓଡ଼ିଶା ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପଶ୍ଚିମ ଓଡ଼ିଶାର ଜଣାଶୁଣା କବି, ଲେଖକ ଓ ଗାୟକଙ୍କ ଫଟୋ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପଶ୍ଚିମ ଓଡ଼ିଶାର କବି, ଲେଖକ ଓ ଗାୟକମାନେ ଦେଶର ସମୃଦ୍ଧିକୁ ବୃଦ୍ଧି କରିବାରେ ଅତୁଳନୀୟ ଯୋଗଦାନ ଦେଇଛନ୍ତି। ପ୍ରସିଦ୍ଧ ‘ରଙ୍ଗବତୀ’ ଗୀତଗାଇ ବିଶ୍ଵ ଦରବାରରେ ପରିଚିତ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ଭେଟି ଖୁସି ଅନୁଭବ କରିଛି। ସମ୍ବଲପୁରୀ ଭାଷା ପାଇଁ ପଶ୍ଚିମ ଓଡ଼ିଶାର ଜଣାଶୁଣା ଗୀତିକାର ବିନୋଦ କୁମାର ପଶାୟତଙ୍କ ଅବଦାନ ଅତୁଳନୀୟ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ହଳଧର ନାଗ ୨୦୧୬ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସମ୍ବଲପୁରୀ ଓ ଓଡ଼ିଆ ଭାଷାର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ ଓ ପ୍ରେରଣା ସବୁଦିନ ପାଇଁ ମନେ ରହିବ।  ମିତ୍ରଭାନୁ ଗୌନ୍ତିଆ, ଯିଏକି ୨୦୨୦ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଓଡ଼ିଆ କବିତା ଓ ସଂଗୀତକୁ ତାଙ୍କର ଅବଦାନକୁ ଭୁଲିହେବ ନାହିଁ। ୨୦୨୩ରେ ପଦ୍ମଶୀ ପୁରସ୍କାରରେ ସମ୍ମାନିତ ଡ କ୍ରିଷ୍ଣା ପଟେଲଙ୍କୁ ଭେଟି ବହୁତ ଖୁସି ଅନୁଭବ କରିଛି। ଶ୍ରୀମତୀ ପଟେଲଙ୍କ ଲୋକଗୀତ ଦଶନ୍ଧି ଦଶନ୍ଧି ଧରି ସତେଜ ରହିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ବଲପୁର ଗସ୍ତରେ ଆସିଥିଲେ। ସେ ୬୮ ହଜାର କୋଟି ଟଙ୍କାରେ ନିର୍ମିତ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଉଦ୍‌ଘାଟନ କରିବା ସହିତ ଭିତ୍ତିପ୍ରସ୍ତର ପକାଥିଲେ। ସମ୍ବଲପୁର ଆଇଆଇଏମ୍‌ର ନୂଆ ପରିସର ଲୋକାର୍ପଣ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ, ହଳଧର ନାଗ, ବିନୋଦ ପଶାୟତ, ଡ. କ୍ରୀଷ୍ଣା ପଟେଲଙ୍କୁ ଭେଟିଥିଲେ।