ଭୁବନେଶ୍ବର: ମିଲେଟ୍ ଉତ୍ପାଦନ ଠାରୁ ଆରମ୍ଭ କରି ସ୍ବାଦିଷ୍ଟ ଜଳଖିଆ କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ସ୍ବୟଂ ସହାୟକ ସମୂହରେ ସମ୍ପୃକ୍ତ ଦେଢ ହଜାର ମହିଳାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦୀ ମିଲେଟ୍ ପ୍ରୋସେସିଂ ୟୁନିଟ ଖୋଲିଥିବା ଆନ୍ଧ୍ରପ୍ରଦେଶ ନାନ୍ଦୟାଲ ଜିଲ୍ଲାର କେବି ରାମା ସୁବ୍ବା ରେଡ୍ଡୀ, ମିଲେଟ୍ ପ୍ରଶିକ୍ଷଣ ଦେଉଥିବା ମହାରାଷ୍ଟ୍ରର କେନାଣ୍ଡ ଗାଁର ଶର୍ମିଲା ଓସବାଲ, ମିଲେଟ୍ ଉତ୍ପାଦନ କମ୍ପାନି ଅଲଣ୍ଡ ଭୁଟାଇର ପ୍ରଶଂସା କରିଛନ୍ତି।
/sambad/media/post_attachments/wp-content/uploads/2023/01/a0437165-ef2a-463a-b12a-dc90c44758f0.jpg)
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ର ୨୭୧ ଗ୍ରୁପ ମିଲେଟ୍ ଉତ୍ପାଦନ ଠାରୁ ଆରମ୍ଭ କରି ମିଲେଟ ଜାତୀୟ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି। ଜିଲ୍ଲାରେ ବାର୍ଷିକ ୪୦ ହଜାର କ୍ବିଣ୍ଟାଲ ମିଲେଟ୍ ଉତ୍ପାଦିତ ହୁଏ। କିନ୍ତୁ ମିଲେଟରୁ ଗୁପଚୁପ, ପପକର୍ଣ୍ଣ, ମିକ୍ସଚର ଆଦି ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ହୋଇ ପାରିବ ଏଥିରେ ସୁନ୍ଦରଗଡ଼ ଏସଏଚଜି ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଜିଲ୍ଲାରେ ସମୁଦାୟ ୨୧ଟି ମିଲେଟ୍ ଜଳଖିଆ କେନ୍ଦ୍ର ରହିଛି। ରାଉରକେଲା ଏସଏଚଜି ୪୫ ପ୍ରକାର ମିଲେଟ୍ କୁକିଜ ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହାର ପ୍ରତ୍ୟେକ ବ୍ଲକର ନିଜସ୍ବ ସ୍ବତନ୍ତ୍ରତା ରହିଛି। ଉଦାହରଣ ସ୍ବରୂପ, ରାଜଗାଙ୍ଗପୁରର ମୁଡକି, ରୋଜକେକ, କୁତ୍ରାର ସରଗମ ପପକର୍ଣ୍ଣ, ରାଗିର କୁର୍ମା, ଟାଙ୍ଗରପାଲିର ମିଲେଟ୍ ଗୁପଚୁପ ଆଦି ପ୍ରମୁଖ ଅଟେ।
/sambad/media/post_attachments/wp-content/uploads/2023/01/58f851da-771a-4331-a15e-3cc56db95fa4.jpg)
ଜିଲ୍ଲାର ଅଧିକାଂଶ ଏସଏଚଜିରେ ଆଦିବାସୀ ମହିଳା ସଦସ୍ୟା ଅଛନ୍ତି। ଏମାନଙ୍କ ମଧ୍ୟରେ ଅନ୍ୟତମ ଇନ୍ଦୁ ଏସଏଚଜି। ଏହାର ସଦସ୍ୟା ଅଜିତା ଟପ୍ପୋ କହନ୍ତି, ଜାନପାଲି ସ୍ଥିତ ତାଙ୍କ ଗାଁରେ ଅଧିକାଂଶ ବ୍ୟକ୍ତି ରୋଜଗାର ପାଇଁ ହାଇଦ୍ରାବାଦ, ଚେନ୍ନାଇ ଯାଆନ୍ତି। ଗାଁର ମହିଳାମାନେହିଁ ମିଲେଟ୍ ଚାଷ କରି ମଣ୍ଡିରେ ବିକ୍ରି କରୁଛନ୍ତି। ୧୯୯୭ ମସିହାରେ ତାଙ୍କ ଏସଏଚଜି ଗଠନ ହୋଇଥିଲେ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ସେମାନେ ବ୍ୟାଙ୍କରେ ଟଙ୍କା ଜମା ଏବଂ ଅର୍ଥ ଲଗାଣ କାର୍ଯ୍ୟ କରୁଥିଲେ। ୨୦୧୮ ମସିହାରୁ ମିଲେଟ୍ ମିସନରେ ସଂପୃକ୍ତ ହୋଇଛନ୍ତି। ରାଉରକେଲାରେ ଆୟୋଜିତ ବିଶ୍ବକପ ହକି ପ୍ରତିଯୋଗିତାରେ ତାଙ୍କର ମିଲେଟ୍ ଷ୍ଟଲ ପଡ଼ିଥିଲା। ଏଥିରୁ ଭଲ ଉପାର୍ଜନ ହୋଇଛି। ସରକାରଙ୍କ ପକ୍ଷରୁ ଏସଏଚଜିମାନଙ୍କୁ ମିଲେଟ୍ ସମ୍ପର୍କୀତ ପ୍ରଶିକ୍ଷଣ ଦିଆଗଲେ ସେମାନେ ଲାଭାନ୍ବିତ ହୋଇ ପାରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/3a49ef3c-9fc1-4a50-9a46-0196e34db6cf.jpg)