ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଏବେ ନିର୍ଣ୍ଣୟ ହେବ ବଡ଼ ଶତ୍ରୁ କିଏ

ରାଜ୍ୟ ନେତା ଓ କର୍ମୀ ଚାହାନ୍ତି ମୋଦୀ ଗର୍ଜନ୍ତୁ, ରକ୍ଷଣାତ୍ମକ ଶୈଳୀରେ ପ୍ରତିଆକ୍ରମଣ କରିବ ବିଜେଡି

ଭୁବନେଶ୍ବର : ପାଞ୍ଚଟି ରାଜ୍ୟର ନିର୍ବାଚନ ପ୍ରଚାର ଯେଉଁ ଦିନ ଶେଷ ହେଲା, ସେହିଦିନ ନୂଆଦିଲ୍ଲୀରୁ ଦୁଇଟି ବାର୍ତା ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପଶ୍ଚିମବଙ୍ଗରେ ରଥଯାତ୍ରା କରିବେ। ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ସଂପର୍କରେ ଅନୁମାନ କରି ପୂର୍ବ ଭାରତ ଦଖଲ ଉଦ୍ଦେଶ୍ୟରେ ଶୀର୍ଷ ନେତୃତ୍ବ ଏଭଳି ବାର୍ତା ଦେଇଥିଲେ।

ପଶ୍ଚିମବଙ୍ଗରେ ଅମିତ ଶାହଙ୍କ ରଥଯାତ୍ରା କୋର୍ଟ ମାମଲା ଭିତରେ ଛନ୍ଦି ହୋଇଯାଇଛି। ଏହାର ଫଳାଫଳ ଆସନ୍ତା ଦିନରେ କୋର୍ଟ ନିର୍ଣ୍ଣୟ କରିବେ। ଏପଟେ କିନ୍ତୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୋଦୀଙ୍କ ଏହି ଗସ୍ତ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି। ସାଧାରଣରେ ପ୍ରଶ୍ନ ଉଠିଛି, ପରିବର୍ତିତ ସମୀକରଣରେ ମୋଦୀ କଠୋର ହେବେ ତ? ତାଙ୍କ ଟାର୍ଗେଟରେ କିଏ ରହିବ? ବିେଜଡି ନା କଂଗ୍ରେସ? ରାଜ୍ୟ ସରକାର ବିରୋଧୀ ଭୋଟ ବ୍ୟାଙ୍କକୁ ପ୍ରଚଣ୍ଡ ଆଘାତ ଦେଇ ଚୂରମାର କରିବାକୁ ଚେଷ୍ଟା କରିବା ବେଳେ ଏହାର ଲାଭ କଂଗ୍ରେସ ନେଇଯିବନି ତ?

ରାଜ୍ୟ ବିେଜପି କିନ୍ତୁ ବେଶ୍ ଉତ୍ସାହିତ। ମୋଦୀଙ୍କ ଆଭିମୁଖ୍ୟ େନଇ କାହା ମନରେ ସନ୍ଦେହ ନ ଆସୁ, ଏକଥା ଜଣାଇବା ଲାଗି ରାଜ୍ୟ େନତୃତ୍ବ ଭିନ୍ନ ଏକ ସଙ୍କେତ େଦଇଛନ୍ତି। ନିୟମିତ ୧୦ ଦିନ ବ୍ୟବଧାନରେ େମାଦୀ ଓ ଶ୍ରୀ ଶାହଙ୍କ ଚାରିଟି କାର୍ଯ୍ୟକ୍ରମ ସଂପର୍କରେ ସୂଚାଇ ଦାବି କରିଛନ୍ତି େଯ ୧୯ ବର୍ଷର ବିଜେଡି ସରକାର ବିେରାଧୀ ହାଵାକୁ ପ୍ରଚଣ୍ଡ ଆକ୍ରମଣ କରାଯିବ। ନବୀନ-େମାଦୀଙ୍କ ପ୍ରତ୍ୟକ୍ଷ ଲ‌େଢଇ ହେବ ଓଡ଼ିଶାରେ। ଖାସ୍ ଏଥିପାଇଁ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୨୪ ତାରିଖ ପରେ ପରେ ଜାନୁଆରି ୫ରେ ବାରିପଦା, ୧୬ ତାରିଖରେ ବ୍ରହ୍ମପୁରକୁ େମାଦୀ ଆସିବେ। ଏହା ପରେ ଫେବ୍ରୁଆରି ୨ ଓ ୩ ତାରିଖରେ ଜନଜାତି କାର୍ଯ୍ୟକାରିଣୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ େଯାଗଦେବେ, ପ୍ରଧାନମନ୍ତ୍ରୀ ବି ଆସିପାରନ୍ତି। ଉପକୂଳ, ଦକ୍ଷିଣ, ଉତ୍ତର ସବୁ ଆଡକୁ ବିେଜପି ଖେଦିଯିବ। କିଛି ଦିନ ପୂର୍ବରୁ େମାଦୀ ପଶ୍ଚିମ (ଝାରସୁଗୁଡା) ଓ େକନ୍ଦ୍ର (ଅନୁଗୁଳ) ଓଡ଼ିଶା ଗସ୍ତରେ ଆସିଥିଲେ।

ବିଜେପିର ରାଜ୍ୟ ନେତାମାନେ ଏକଥା ବି ଦାବି କରୁଛନ୍ତି େଯ ଓଡ଼ିଶା ଦଖଲ ପାଇଁ ସେମାନଙ୍କ ରଣନୀତି ବଦଳିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ବା ଶାସକ ଦଳକୁ କେବଳ ଗାଳି ଦେବାକୁ ପ୍ରଧାନମନ୍ତ୍ରୀ ଆସିବେ ନାହିଁ। ବରଂ ପୂର୍ବଭଳି ପ୍ରତି ଥର ଓଡ଼ିଶା ବିକାଶ ପାଇଁ କିଛି ପ୍ୟାେକଜ୍ ଧରିଆସିବେ। ଏହି କ୍ରମରେ ଆସନ୍ତାକାଲି ପାଖାପାଖି ୧୫ ହଜାର େକାଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଉଛି। ଅନୁରୂପ ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କର ଅନ୍ୟ ଦୁଇ କାର୍ଯ୍ୟକ୍ରମ ବି ହେବ।

େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କହିଛନ୍ତି, ସରକାର ବିରୋଧୀ ଜନମତ ଗତ ନିର୍ବାଚନରେ େଭାଟରେ ରୂପାନ୍ତରିତ େହାଇଛି। ଓଡ଼ିଶା ସରକାରଙ୍କ େକ୍ଷତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି େହବ। ବିଜେପି ଓଡ଼ିଶାକୁ ପ୍ରାଥମିକତା େଦଇଛି ଓ ହାସଲ କରି େଦଖାଇବ। ଯେଉଁ ଦୁଇଟି ପ୍ରସଙ୍ଗ ଅନ୍ୟ ରାଜ୍ୟରେ େଭାଟ ପରିବର୍ତନର ମୁଖ୍ୟ ଆଧାର େହାଇଛି, ସେହି େବକାରି, ଚାଷୀ, ପ୍ରସଙ୍ଗକୁ ଧରି ଦଳ ଓଡ଼ିଶାରେ ଆଗକୁ ବଢିବ।

ହେଲେ ବିଜେପି ପ୍ରଚଣ୍ଡ ଓ ଉଗ୍ର ଆକ୍ରମଣ ପାଇଁ ସଜବାଜ େହଉଥିବା ବେଳେ ବିେଜଡି ଅତ୍ୟନ୍ତ ରକ୍ଷଣାତ୍ମକ େଗାଟିଚାଳନା କରୁଛି। େମାଦୀଙ୍କ ୨୪ ତାରିଖ କାର୍ଯ୍ୟକ୍ରମକୁ ମୁକାବିଲା କରିବା ପାଇଁ କୌଣସି କାର୍ଯ୍ୟକ୍ରମ ବିଜେଡିର ନାହିଁ। ଏପରିକି ୨୬ରେ ଦଳ ପ୍ରତିଷ୍ଠା ଦିବସ ଆଳରେ ନବୀନ ଶକ୍ତି ପ୍ରଦର୍ଶନ କରିପାରନ୍ତି େବାଲି ଯେଉଁ ଚର୍ଚ୍ଚା ଆଲୋଚନା ଚାଲିଥିଲା, ତାହା ବି ଅମୂଳକ େବାଲି ଜଣାପଡିଛି। ଗତବର୍ଷ ଭଳି ସ୍ବତନ୍ତ୍ର କ୍ୟାବିନେଟ୍, ପୁରୀରେ ସମାବେଶ ଭଳି ଏଥର କିଛି ବି ହେବ ନାହିଁ। ବରଂ ରାଜ୍ୟ, ଜିଲ୍ଲା, ବ୍ଲକରେ ଦଳୀୟ ନେତା ପ୍ରତିଷ୍ଠା ଦିବସ କରି ନିଜ ଭଲ କଥା କହିବେ, ବିେରାଧୀଙ୍କ ଅବହେଳା ବଖାଣିବେ।

ପ୍ରଧାନମନ୍ତ୍ରୀ ଗସ୍ତକୁ ଟକ୍କର ଦେବା ଭଳି କାର୍ଯ୍ୟକ୍ରମ ନ କରି ଦଳ ପରୋକ୍ଷରେ ଜଣାଇବାକୁ ଚାହୁଁଛନ୍ତି େଯ େସମାନେ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ପୂର୍ବରୁ େମାଦୀ ଗର୍ଜିଥିଲେ, ଏଥର ବି ସେମିତି ଗର୍ଜିବେ। ବିେଜପି କଥା ଅଧିକ କାମ କରେ େବାଲି ମୁଖ୍ୟମନ୍ତ୍ରୀ ଦୁଇଦିନ ତଳେ େଯଉଁ ମନ୍ତବ୍ୟ ଦେଇଛନ୍ତି, ତାହାକୁ ସାବ୍ୟସ୍ତ କରିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ପ୍ରସ୍ତୁତ େହାଇଛି।

ପ୍ରଥମତଃ ମୋଦୀଙ୍କର ଆୟୁଷ୍ମାନ ଭାରତ ଭଳି ଏକ ବଡ଼ ଯୋଜନା ଏଯାଏ ଓଡ଼ିଶାରେ ଲାଗୁ େହାଇପାରିଲା ନାହିଁ। ପୂର୍ବରୁ ମୋଦୀ ମୁଖ୍ୟମନ୍ତ୍ରୀଙ୍କୁ ଏହି ଯୋଜନା ଲାଗୁ କରିବା ପାଇଁ ଏକ ପ୍ରକାର ଅନୁରୋଧ କରିଥିଲେ। ଶ୍ରୀ ଶାହ ଓ କେନ୍ଦ୍ରମନ୍ତ୍ରୀମାନେ ବି କହିଛନ୍ତି। କିନ୍ତୁ ନବୀନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଢ଼େର ଭଲ ବୋଲି କହି ପ୍ରଚାର ଚଳାଇଛନ୍ତି।

ସେହିପରି ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ଦାବିରେ ବିଜେଡି ଆସନ୍ତା ୮ ତାରିଖରେ ସଂସଦ ଭବନ ଘେରାଉ କରିବାକୁ ଯାଉଛି। ଦିଲ୍ଲୀରେ ସମାେବଶ କରି ବିେଜଡି ପ୍ରଧାନମନ୍ତ୍ରୀଙ୍କ ଗଡରେ ହିଁ ତାକତ େଦଖାଇବ। ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ବିଜେପି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରି ନ ଥିବା ପ୍ରସଙ୍ଗକୁ ଦଳ ଅଧିକ ଶାଣିତ କରିପାରେ।

ପ୍ରକାଶଥାଉକି, ଆସନ୍ତାକାଲି ଆଇଆଇଟି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧାର ବରୁଣେଇ ନିକଟରେ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ। େଗାଟିଏ ମହଲ କହୁଛନ୍ତି, ପୂର୍ବରୁ ମୋଦୀ କଟକ ଗସ୍ତରେ ଆସି ସିଧା ନବୀନଙ୍କ ନାଁ ନେଇ ବର୍ଷିଥିଲେ। ଏବେ ରାଜନୈତିକ ସ୍ଥିତି ବଦଳିଛି ଓ ତିନିଟି ରାଜ୍ୟରେ ବିଜେପି ହାରିଯାଇଛି। େମାଦୀଙ୍କ ବାଟକୁ ରୋକିବା ପାଇଁ ଦଳ ଭିତରୁ ଷଡଯନ୍ତ୍ର ଆରମ୍ଭ େହାଇଛି ଓ ବିେରାଧୀ ଶକ୍ତି ବି ଏକାଠି ହୋଇ ମହାମେଣ୍ଟ ରଚନା କରୁଛନ୍ତି। ହେଲେ ନବୀନ କିନ୍ତୁ ଏପର୍ଯ୍ୟନ୍ତ ସେ ମେଣ୍ଟରେ ସାମିଲ ହୋଇ ନାହାଁନ୍ତି କିମ୍ବା କାହାକୁ ଧରାଛୁଆଁ ଦେଇନାହାଁନ୍ତି। ବିଭିନ୍ନ ସର୍ଭେ ସୂଚାଉଛି େଯ େଲାକସଭା ନିର୍ବାଚନରେ ବିେଜପି ଗଡ଼ େଦାହଲିପାରେ ଓ ଆସନ ସଂଖ୍ୟା ହ୍ରାସ ପାଇବା ବିଚିତ୍ର ନୁହେଁ। ବିେଜଡି ଭଳି ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି, ତୃଣମୂଳ କଂଗ୍ରେସ ଆଦି ଆଞ୍ଚଳିିକ ଦଳ ସଶକ୍ତ େହଉଥିବା ପରିପ୍ରେକ୍ଷୀରେ ବିଜେପିକୁ ଆଗାମୀ ଦିନରେ େସମାନଙ୍କ ସାହାଯ୍ୟ ଆବଶ୍ୟକ ପଡ଼ିପାରେ। ଏଣୁ କୌଣଳ ଅନୁସାରେ େମାଦୀ ମାପିଚୁପି ମନ୍ତବ୍ୟ ରଖିପାରନ୍ତି।

ଅନ୍ୟ ଏକ ମହଲର କହିବା କଥା େହଉଛି, େମାଦୀ ରାଜ୍ୟ ବିଜେପି ପାଇଁ ସଂଜୀବନୀ। ନିର୍ବାଚନ ଫଳାଫଳ ଯେଭଳି ମନୋବଳ କମାଇଛି ଏବଂ ବିଜେପୁରରୁ ବିଜାତଳା ପର୍ଯ୍ୟନ୍ତ ବିଜେପି ଯେଭଳି ପ୍ରଦର୍ଶନ କରିଛି, ଏସବୁ ଦଳ ବିେରାଧରେ ଯାଇଛି। ବିେଜପିରେ ସାମିଲ େହାଇଥିବା କିଛି େନତା ଏବଂ ଦଳର ଶୀର୍ଷସ୍ତରରେ କାମ କରୁଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବି ଦଳ ଛାଡିଛନ୍ତି। ଏଭଳି ସ୍ଥଳେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବା ପାଇଁ େମାଦୀ ଅତ୍ୟନ୍ତ ଉଗ୍ର ଆକ୍ରମଣ କରିପାରନ୍ତି, ଏକଥାକୁ ଏଡାଇ ଦିଆଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର