‘ଉଜ୍ଜଳା’ ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ଦେଇଛି: ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ସମ୍ମିଳନୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି। ମହିଳାଙ୍କ ସମ୍ମାନ ଓ ସ୍ବାଭିମାନ ରକ୍ଷା କରିବା ସହ ସେମାନଙ୍କ ସଶକ୍ତୀକରଣ ଓ ଆତ୍ମନିର୍ଭରଶୀଳ ଦିଗରେ ମୋଦୀ ସରକାରଙ୍କର ଏହା ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କାରଣରୁ ଗରିବ ମହିଳାଙ୍କ ମଧ୍ୟରେ ଏଲ୍‌ପିଜି ପରି ସ୍ବଚ୍ଛ ଇନ୍ଧନର ନିରନ୍ତର ବ୍ୟବହାର କରିବା ପାଇଁ ଉତ୍ସାହ ବଢ଼ିଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆନ୍ତର୍ଜାତିକ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ମାଇକ୍ରୋସେଭ୍, ଗେଟ୍ସ ଫାଉଣ୍ଡେସନ୍ ଓ କ୍ଲିନ୍‌ଚିଟ୍‌ ଫାଉଣ୍ଡେସନ୍ ପକ୍ଷରୁ ନୂଆଦିଲ୍ଲୀରେ ‘ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା : ମହିଳାଙ୍କୁ ମିଳିଲା ସମ୍ମାନ’ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୮ କୋଟିରୁ ଅଧିକ ମହିଳା ଲାଭାର୍ଥୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ପ୍ରଧାନ କହିଥିଲେ, ୨୦୧୪ ପର୍ଯ୍ୟନ୍ତ ଦେଶରେ ଏଲ୍‌ପିଜି ଉପ‌େଭାକ୍ତାଙ୍କ ସଂଖ୍ୟା ମାତ୍ର ୧୩ କୋଟି ଥିଲା। ମୋଦୀ ସରକାର ଦାୟିତ୍ବ ନେବା ପରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ‌େଯାଜନା ସାହାଯ୍ୟରେ ଆଜି ଏଲ୍‌ପିଜି ଉପ‌େଭାକ୍ତାଙ୍କ ସଂଖ୍ୟା ୨୭.୭ କୋଟିକୁ ବୃଦ୍ଧି ପାଇଛି। ଗତ ୫ ବର୍ଷରେ ମୋଦୀ ସରକାର ଦେଶରେ ପ୍ରାୟ ୯୭ ପ୍ରତିଶତ ଘରେ ଏଲ୍‌ପିଜି ପହଞ୍ଚାଇବାରେ ସଫଳତା ହାସଲ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ପ୍ରତି ବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ମହିଳା ଘରୋଇ ଧୂଆଁ କାରଣରୁ ମୃତ୍ୟୁବରଣ କରୁଥିଲେ। ଏହି ବିଷାକ୍ତ ଧୂଆଁକୁ ସମାପ୍ତ କରିବା ମୋଦୀ ସରକାରଙ୍କ ଲକ୍ଷ୍ୟ ଥିଲା ଓ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଏ ଦିଗରେ ବଡ଼ ସକରାତ୍ମକ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି। ଉର୍ଜ୍ଜାକୁ ଦେଶର ସବୁ ବର୍ଗର ଲୋକଙ୍କ ପାଖରେ ନିରନ୍ତର ଭାବେ ସ୍ବଚ୍ଛ ଓ ଶସ୍ତା ଦାମ୍‌ରେ ଓ ବ୍ୟବସ୍ଥିତ ପଦ୍ଧତ୍ତିରେ ପହଞ୍ଚାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ରହିଛି।

ଏଲ୍‌ପିଜି ସାମାଜିକ ପରିବର୍ତ୍ତନର ଏକ ବଡ଼ ମାଧ୍ୟମ। ଏଥି ପାଇଁ ସବୁ ଲୋକଙ୍କ ପାଖରେ ଏଲଲ୍‌ପିଜିର ଲାଭ ଓ ଏଲ୍‌ପିଜିକୁ ଠିକ୍ ଭାବେ ବ୍ୟବହାର କରିବାର ସୂଚନା ପହଞ୍ଚାଇବା ଜରୁରୀ। ଗରିବ ଲୋକଙ୍କ ଆବଶ୍ୟକତା ଓ ପକେଟ୍‌କୁ ସୁହାଇବା ପରି କମ୍ ମାତ୍ରାରେ ଏଲ୍‌ପିଜି ରିଫିଲ୍‌ ବିକ୍ରି କରିବାର ପ୍ରଣାଳୀ ଉପରେ ବିଚାର ବିମର୍ଷ କରିବାକୁ ତୈଳ ବିପଣନ କମ୍ପାନିଙ୍କୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ସମ୍ମଳନୀରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦ୍ବାରା ମହିଳାମାନେ ସଶକ୍ତୀକରଣ ହେବା ଓ ଜୀବନଶୈଳୀରେ ଆସିଥିବା ସକରାତ୍ମକ ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର