କେନ୍ଦୁଝର : ପିଲେଟ ଉତ୍ପାଦନ କମ୍ପାନିଗୁଡ଼ିକୁ ପର୍ଯ୍ୟାପ୍ତ ଲୁହାପଥର ମିଳୁନାହିଁ। ଫଳରେ ଉତ୍ପାଦନ ବାଧାପ୍ରାପ୍ତ ହେଉଥିବା ନେଇ ପିଲେଟ ମାନୁଫ୍ୟାକଚର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ପିଏମ୍ଏଆଇ) ସରକାରଙ୍କୁ ଅଭିଯୋଗ କରିବା ପରେ ସଂଘକୁ ଆଲୋଚନା ପାଇଁ ଡକାଯାଇଛି। ୨୯ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂଘକୁ ଚିଠି ଲେଖାଯିବା ସହ ତିନିଦିନ ମଧ୍ୟରେ ଆବଶ୍ୟକ ତଥ୍ୟ ଦେବାକୁ କୁହାଯାଇଛି। ଆବଶ୍ୟକ ତଥ୍ୟ ଦିଆଯିବା ପରେ ସରକାରଙ୍କ ସହିତ ସଂଘର ଏକ ପ୍ରତିନିଧି ଦଳଙ୍କ ସହିତ ଭର୍ଚୁଆଲ ବୈଠକ ହେବ ବୋଲି ସୂଚନା ମିଳିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ରହିଛି ଏକାଧିକ ଲୁହାପଥର ଖଣି। ଭାରତର ଲୁହାପଥର ହବ୍ କୁହାଯାଉଥିବା ଯୋଡ଼ା ଖଣି ମଣ୍ଡଳ ଉପରେ ଇସ୍ପାତ ଶିଳ୍ପ ସଂପୂର୍ଣ୍ଣ ନିର୍ଭରଶୀଳ। କିଛିମାସ ଧରି ଲୁହାପଥର ମୂଲ୍ୟ ଅହେତୁକ ବୃଦ୍ଧି ସହ ନିଅଣ୍ଟିଆ ଯୋଗାଣ ଯୋଗୁଁ ପିଲେଟ ଉତ୍ପାଦନ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଭୟଙ୍କର ଭାବେ ପ୍ରଭାବିତ ହୋଇଛନ୍ତି। ପିଲେଟ କାରଖାନାକୁ ପର୍ଯ୍ୟାପ୍ତ ଲୁହାପଥର ମିଳୁ ନଥିବାରୁ ପିଏମ୍ଏଆଇ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଖଣି ନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ଭେଟିଥିଲେ। ୨୯ ତାରିଖରେ ସରକାରଙ୍କ ପକ୍ଷରୁ ସଂଘକୁ ଚିଠି ଲେଖାଯିବା ପରେ ଏକ ଭର୍ଚୁଆଲ ବୈଠକ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/mines.jpg)