ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୫ ଲକ୍ଷ ଘର ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ବାତ୍ୟା ବିଧ୍ୱସ୍ତ ଜିଲ୍ଲାଗୁଡ଼ିକରେ ଘର ଭାଙ୍ଗିଯାଇଥିବା ପରିବାରଗୁଡ଼ିକ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ (ଜି) ପ୍ରାରମ୍ଭିକ ଭାବେ ୫ ଲକ୍ଷ ସ୍ୱତନ୍ତ୍ର ଘର ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି।
ଜୁନ୍‌ ୧୦ ତାରିଖରେ ଓଡ଼ିଶାକୁ ମୌସୁମୀ ପ୍ରବାହ ହେବାର ସମ୍ଭାବନା ରହିଛି ଏବଂ ଏହା ପୂର୍ବରୁ ଦୁର୍ଗତ ପରିବାରଗୁଡ଼ିକୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ଜୁନ୍‌ ୧ ତାରିଖରୁ ଓ୍ଵର୍କ ଅର୍ଡର ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର