ପାଞ୍ଜିଗଣକଙ୍କ ଭବିଷ୍ୟବାଣୀ: ଚଳିତ ବର୍ଷ ହେବ ପ୍ରାକୃତିକ ବିପର୍ଯ୍ୟୟ, ରାଜନୈତିକ ଉତ୍ଥାନପତନ ବି ହୋଇପାରେ

ବଜାରକୁ ଆସିଲା ନୂଆ ପାଞ୍ଜି

କଟକ: ଆତଙ୍କବାଦ ବିରୋଧରେ ବିଶ୍ବ ସମୁଦାୟ ଏକଜୁଟ ହେବେ। ଅକ୍ଟୋବର ମାସ ବେଳକୁ ପୃଥିବୀରେ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇପାରେ। କେନ୍ଦ୍ର ଓ ରାଜ୍ୟ ରାଜନୀତି ପାଇଁ ଉତ୍‌ଥାନପତନ ବର୍ଷ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟରେ ଏଥର ବି ସରକାର ନ ବଦଳିବାର ସମ୍ଭାବନା ଥିବା ଜ୍ୟୋତିଷ ବିଶାରଦ ପୂର୍ବାନୁମାନ କରିଛନ୍ତି। ଏ କଥା ବି ଉେଲ୍ଲଖ କରିଛନ୍ତି ଯେ, ପଡୋଶୀ ରାଷ୍ଟ୍ର ପାକିସ୍ତାନ ସହ ତିକ୍ତତା ବୃଦ୍ଧି ପାଇବ। ସୀମାରେ ଯୁଦ୍ଧ ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି। ରାଜ୍ୟ ରାଜନୀତିରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିରୋଧୀଙ୍କ ପ୍ରଭାବ ବଢ଼ିବ। ରାଜ୍ୟ ସରକାର ଶିକ୍ଷା ଓ କୃଷି ପାଇ ଯୋଜନା କରି ସଫଳ ହେ‌େ‌‌ବ। ଅନିୟମିତ ପାଣିପାଗ ସତ୍ବେ କୃ‌ଷି ଉତ୍ପାଦନ ହ୍ରାସ ପାଇବ ନାହଁ। ରାଜ୍ୟରେ ନିତ୍ୟ ବ୍ୟବହାର ଜିନିଷର ଦର ବୃଦ୍ଧି ନେଇ ଜନଅସନ୍ତୋଷ ଦେଖାଦେଇପାରେ।

ହିନ୍ଦୁ ସ˚ସ୍କୃତି ଅନୁସାରେ ଫାଲ୍‌ଗୁନ ମାସ ପୂର୍ଣ୍ଣିମା(ଦୋଳପୂର୍ଣ୍ଣିମା) ଦିନ ବୃନ୍ଦାବତୀ ଚଉରା ମୂଳେ ନୂଆ ପାଞି ପଢ଼ାଯାଏ। କିନ୍ତୁ ମହାବିଷୁବ ସ˚କ୍ରାନ୍ତିରୁ ନୂଆ ପାଞ୍ଜି ପ୍ରଚଳନ ହୁଏ। ଜଗନ୍ନାଥ ସଂସ୍କୃତିରେ ବିବାହ, ବ୍ରତ, ନୂତନ ଗୃହପ୍ରବେଶ ଆଦି ସମସ୍ତ ପର୍ବପର୍ବାଣି ପାଞ୍ଜିକୁ ଅନୁସରଣ କରି ପାଳନ କରାଯାଏ। ଏହା ବ୍ୟତୀତ ଅନେକ ଲୋକ ଗ୍ରହନକ୍ଷତ୍ର ସ୍ଥିତି, ଶୁଭ ବେଳା ଆଦି ଦେଖିବା ପାଇଁ ପାଞ୍ଜି ବ୍ୟବହାର କରନ୍ତି। ଏଥି ପାଇଁ ପାଞ୍ଜିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଓଡ଼ିଶାରେ ମୁଖ୍ୟତଃ ଶ୍ରୀରାଧାରମଣ ପ୍ରେସ୍‌ର(ଜଗନ୍ନାଥ ପଞ୍ଜିକା) ବିଶୁଦ୍ଧ ଖଡୀରତ୍ନ ପଞ୍ଜିକା, ବିରଜା ପଞ୍ଜିକା, ବିରଜା ପଞ୍ଜିକା(ଛୋଟ), ଉମାକାନ୍ତ ଖଡୀରତ୍ନଙ୍କ ଅସଲି ଖଡ଼ୀରତ୍ନ ପଞ୍ଜିକା, ଓଡ଼ିଶା କୋହିନୁର ପ୍ରେସ୍‌ ପଞ୍ଜିକା, ‘ସମ୍ବାଦ-ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ‘ଆମ ପାଞ୍ଜି’ ବହୁଳ ଭାବେ ଚାଲୁଛି। ଶ୍ରୀରାଧାରମଣ ପ୍ରେସ୍‌ (ଜଗନ୍ନାଥ ପଞ୍ଜିକା) ଏକମାତ୍ର ପଞ୍ଜିକା ଯାହା ପୁରୀ ଗଜପତି ମହାରାଜା, ମୁକ୍ତିମଣ୍ତପ ପଣ୍ତିତସଭା, ପୂଜାପଣ୍ତା ନିଯୋଗ (ଶ୍ରୀମନ୍ଦିର), ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅନୁମୋଦିତ ହେବା ପରେ ପ୍ରକାଶିତ ହୋଇଛି। ବିଶୁଦ୍ଧ ଖଡୀରତ୍ନ ପଞ୍ଜିକା, ବିଶୁଦ୍ଧ ସାମନ୍ତ ପଞ୍ଜିକା(ସ୍ବତନ୍ତ୍ର) ଦର ୨୧୧ଟଙ୍କା ରହିଥିବା ବେଳେ ଏହାର ସାଧାରଣ ପଞ୍ଜିକା ଦର ୧୨୭ଟଙ୍କା ରହିଛି। ବିରଜା ପଞ୍ଜିକା(ଛୋଟ) ଦର ୬୦ଟଙ୍କା ରହିଛି।

ସେହିପରି ଉମାକାନ୍ତ ଖଡୀରତ୍ନଙ୍କ ଦ୍ବାରା ପ୍ରତିଷ୍ଠିତ ଅସଲି ଖଡ଼ୀରତ୍ନ ପଞ୍ଜିକା ଦର ୧୩୦ଟଙ୍କା, ଓଡ଼ିଶା କୋହିନୁର ପ୍ରେସ୍‌ ପଞ୍ଜିକା ଦର ୧୩୦ଟଙ୍କା, ‘ସମ୍ବାଦ-ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ‘ଆମ ପାଞ୍ଜି’ ଦର ୨୦ ଟଙ୍କା ରହିଛି। ପଣ୍ଡିତ କମଳଲୋଚନ ଗରାବଡ଼ୁଙ୍କ ଦ୍ବାରା ପ୍ରତିଷ୍ଠିତ ରାଧାରମଣ ପ୍ରେସ୍‌ ପଞ୍ଜିକାକୁ ଏବେ ଦେବବ୍ରତ ଗରାବଡ଼ୁ, ସତ୍ୟବ୍ରତ ଗରାବଡ଼ୁ, ସୁବ୍ରତ ଗରାବଡ଼ୁ ପରିଚାଳନା କରୁଛନ୍ତି। ସୁବ୍ରତ ଗରାବଡ଼ୁଙ୍କ କହିବା ଅନୁସାରେ ପୁରୀ ଗଜପତି ମହାରାଜା, ମୁକ୍ତିମଣ୍ତପ ପଣ୍ତିତସଭା, ପୂଜାପଣ୍ତା ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ବୀକୃତି ଓ ଅନୁମୋଦିନ ଲାଭ କରିବା ପରେ ଏହା ଛପା ହୋଇ ବଜାରକୁ ଆସୁଛି। ଏଥିରେ ସମସ୍ତ ଧର୍ମୀୟ ପର୍ବପର୍ବାଣୀ ଶ୍ରୀମନ୍ଦିର ନୀତି ସହିତ ସମାନ ବୋଲି ଶ୍ରୀ ଗରାବଡ଼ୁ କହିଛନ୍ତି। ସେହିପରି ପଣ୍ଡିତ ଉମାକାନ୍ତ ଖଡୀରତ୍ନଙ୍କ ଦ୍ବାରା ପ୍ରତିଷ୍ଠିତ ଅସଲି ଖଡିରତ୍ନ ପଞ୍ଜିକାକୁ ଏବେ ଇଞ୍ଜିନିୟର ପ୍ରିୟଦର୍ଶୀ ଖଡୀରତ୍ନ ଓ ଦେବଦର୍ଶୀ ଖଡୀରତ୍ନ ପ୍ରକାଶ କରୁଛନ୍ତି। ଗଣକ ଇଞ୍ଜିନିୟର ଦେବଦର୍ଶୀ କହିବା ଅନୁସାରେ, ତାଙ୍କ ପାଞ୍ଜିରେ ପ୍ରକାଶିତ ସମସ୍ତ ପର୍ବପର୍ବାଣୀ ଶ୍ରୀମନ୍ଦିର ନୀତିକୁ ଆଧାର କରି ପ୍ରସ୍ତୁତି ହୋଇଛି। ଏହି ପାଞ୍ଜିରେ ସ‌ୂ‌େର୍ଯ୍ୟାଦୟ, ସୂର୍ଯ୍ୟାସ୍ତ, ଚନ୍ଦ୍ରଗହଣ ଓ ସୂର୍ଯ୍ୟପରାଗ ଆଦିକୁ ନିର୍ଭୃଲ ଭାବେ ଗଣନା କରି ପ୍ରକାଶ କରାଯାଇଛି ବୋଲି ଇଞ୍ଜିନିୟର ଦେବଦର୍ଶୀ ଖଡୀରତ୍ନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର