ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ତ ଅନ୍ତର୍ଗତ ସରସରା ବଲାଙ୍ଗ ସେକ୍ସନର ପଶ୍ଚିମ ଦଣ୍ତପାଟ ସଂରକ୍ଷିତ ଜଙ୍ଗଲରେ ଶନିବାର ଅପରାହ୍ଣରେ ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ ହୋଇଛି। ଘଟଣାରୁ ପ୍ରକାଶ ଯେ ସବୁଦିନ ପରି ଗତକାଲି ବଣାଇ ବନାଞ୍ଚଳ ଅଧିକାରୀ ମନୋଜ ପାତ୍ରଙ୍କ ନେତୃତ୍ବରେ ବନପାଳ କୃଷ୍ଣଚନ୍ଦ୍ର ସାହୁ, ବନରକ୍ଷୀ ବାବୁଲି ଚନ୍ଦ୍ର ପ୍ରଧାନ, ଜଗନ୍ନାଥ ବେହେରା, ହାତୀ ସ୍କ୍ବାଡ୍ କର୍ମଚାରୀ ଏବଂ ଦେବଗଡ଼ ବନ କର୍ମଚାରୀ ମିଳିତ ଭାବେ ଦଣ୍ତପାଟ ସଂରକ୍ଷିତ ଜଙ୍ଗଲରେ ହାତୀଙ୍କ ଅବସ୍ଥିତି ସମ୍ପର୍କରେ ଅନୁସନ୍ଧାନ କରୁଥିଲେ। ଏହି ସମୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ବନ୍ଧୁକ ଧରି ବନ୍ୟଜନ୍ତୁ ଶିକାର ନିମନ୍ତେ ପ୍ରସ୍ତୁତ ହେଉଥିବାବେଳେ ତାଙ୍କୁ ବନ କର୍ମଚାରୀମାନେ କାବୁ କରିନେଇଥିଲେ। ତାଙ୍କ ଘର ସରସରା ବଲାଙ୍ଗ ଗ୍ରାମର ଦୀନବନ୍ଧୁ ସାହୁ। ତାଙ୍କ ନିକଟରୁ ବନ୍ଧୁକ ଜବତ କରି ଏକ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରାଯାଇଛି।
ଦେଶୀ ବନ୍ଧୁକ ସହ ବାର୍ହା ଶିକାରୀ ଗିରଫ
/sambad/media/post_attachments/wp-content/uploads/2022/03/0935c3f2-7f32-4106-b9a3-09583c8c2c8c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)