ଶ୍ରୀମନ୍ଦିରରେ ପକେଟମାର: ଜଣେ ଗିରଫ

ପୁରୀ : ଆଜି ଲକ୍ଷ୍ମୀ ମନ୍ଦିରରୁ ଜଣେ ଶ୍ରଦ୍ଧାଳୁଙ୍କ ପକେଟମାର କରିବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ଗୌଡ଼ବାଡ଼ ସାହିର ରାଜେଶ ମହାନ୍ତିଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନରୁ ଅନିଲ ଶର୍ମା ନାମକ ଜଣେ ବ୍ୟକ୍ତି ଆଜି ସପରିବାରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସିଥିଲେ। ସେମାନେ ଆଜି ପୂର୍ବାହ୍ନରେ ମା’ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଉଥିବା ବେଳେ ତାଙ୍କ ପଛପଟ ପକେଟରୁ ରାଜେଶ ମହାନ୍ତି ପ୍ରାୟ ୧୫ଶହ ଟଙ୍କା ନେଇ ପଳାଉଥିବା ବେଳେ ସେଠାରେ ମୁତୟନ ଥିବା ପୁଲିସ ତାଙ୍କୁ ଧରିନେଇଥିଲେ। ଏ ସଂକ୍ରାନ୍ତରେ ଅନିଲଙ୍କର ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ରାଜେଶଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର