ପୁରୀ : ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି। ବଂଶାନୁକ୍ରମିକ ସେବା ଓ ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ମାମଲା ବର୍ତ୍ତମାନ କୋର୍ଟରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଗତ ବର୍ଷ ଭଳି ଚଳିତ ବର୍ଷ ବି ମହାପ୍ରଭୁଙ୍କୁ ଦୁଇଜଣ ଅଲଗା ଅଲଗା ପୋଡ଼ପିଠା ସମର୍ପଣ କରିଛନ୍ତି। ପୂର୍ବରୁ ଛେନା, ଅଟା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅରେ ପ୍ରସ୍ତୁତ ହୋଇଥିବା ପୋଡ଼ପିଠା ଆଜି ତିନୋଟି କୁଡ଼ୁଆରେ ତିନି ଠାକୁରଙ୍କୁ ଅଲଗା ଅଲଗା ସମର୍ପଣ କରାଯାଇଛି। ଗୋଟିଏ ପଟେ ବଂଶାନୁକ୍ରମିକ ସେବା କରି ଆସୁଥିବା ମନୋରଂଜନ ମିଶ୍ର ମାଉସୀ ମା ମନ୍ଦିରଠାରେ ତିନି ଠାକୁରଙ୍କୁ ପୋଡ଼ପିଠା ସମର୍ପଣ କରିଥିବା ବେଳେ ଅନ୍ୟପଟେ ବିଶ୍ୱନାଥ ମିଶ୍ର ବି ତିନି ଠାକୁରଙ୍କୁ ମାଉସୀ ମା’ଙ୍କ ମନ୍ଦିର ନିକଟରେ ପୋଡ଼ପିଠା ସମର୍ପଣ କରିଛନ୍ତି। ତେବେ ପୂର୍ବରୁ ତିନି ରଥ ମାଉସୀ ମା’ଙ୍କ ମନ୍ଦିର ନିକଟରେ ରହୁଥିବା ବେଳେ ବିବାଦୀୟ ପରିସ୍ଥିତି ଯୋଗୁ ଆଜି କିନ୍ତୁ ତିନି ରଥଙ୍କୁ ମାଉସୀ ମା’ଙ୍କ ମନ୍ଦିର ନିକଟରେ ଅଟକାଯାଇନି।
ପୋଡ଼ ପିଠା ବିବାଦ: ଦୁଇ ଜଣ କଲେ ସମର୍ପଣ
/sambad/media/post_attachments/wp-content/uploads/2018/07/Poadapitha-Bhoga-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)