ପୁରୀ: ବାହୁଡ଼ା ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା’ଙ୍କ ହାତ ପ୍ରସ୍ତୁତ ପୋଡପିଠା ଖାଇଛନ୍ତି ମହାପ୍ରଭୁ। ଏଥିପାଇଁ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିରରେ ବ୍ୟାପକ ଆୟୋଜନ କରାଯାଇଥିଲା। ତିନିରଥ ମାଉସୀ ମା’ଙ୍କ ମନ୍ଦିର ଦେଇ ଯିବା ବେଳେ ତିନି ମାଟିହାଣ୍ଡିରେ ପୋଡ଼ପିଠା ସମର୍ପଣ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପୋଡ଼ପିଠା ସମର୍ପଣ କରାଯାଇଛି। ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ପୁନର୍ବାର ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି। ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ଚିଠିକ୍ରମେ ମାଉସୀ ମା’ଙ୍କ ମନ୍ଦିର ପୂଜକ ଭାବେ ବିଶ୍ବନାଥ ମିଶ୍ର ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣ କରିଛନ୍ତି। ଶ୍ରୀମନ୍ଦିର ପୂଜାପଣ୍ଡା ସେବକମାନେ ରଥ ଆଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ପୋଡ଼ପିଠା ସମର୍ପଣ କରିଛନ୍ତି। ସେପଟେ ପୂର୍ବବର୍ଷ ଭଳି ମନୋରଂଜନ ମିଶ୍ର ମାଉସୀ ମା’ ମନ୍ଦିର କଡ଼ ଗଳି ନିକଟରେ ତିନିଠାକୁରଙ୍କୁ ପୋଡ଼ପିଠା ସମର୍ପଣ କରିଛନ୍ତି।
୩ ଠାକୁରଙ୍କୁ ହେଲା ପୋଡ଼ପିଠା ସମର୍ପଣ
/sambad/media/post_attachments/wp-content/uploads/2024/07/gdjgdjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)