ସୁସ୍ଥ ହୋଇ ଘରକୁ ଫେରିଲେ କବି ଜୟନ୍ତ ମହାପାତ୍ର

କଟକ : କଟକ ବଡ଼ ମେଡିକାଲରେ ଦୀର୍ଘ ୮ ଦିନ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ର। ଆଜି ଅପରାହ୍ନ ୪ଟାରେ ସେ ତିନିକୋଣିଆବଗିଚାସ୍ଥିତ ବାସଭବନକୁ ଫେରିଛନ୍ତି । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଚିକିତ୍ସା କରୁଥିବା ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ଗଲା ୧୩ ତାରିଖରେ ୯୪ ବର୍ଷ ବୟସ୍କ ଡକ୍ଟର ମହାପାତ୍ର କୌଣସି କାମରେ କଟକ ବାହାରକୁ ଯାଇଥିଲେ। ସେଠାରେ ରହଣି ସମୟରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ୧୪ ତାରିଖ ଅପରାହ୍ନରେ ତାଙ୍କୁ ଏସ୍‌ସିବି ‌ମେଡିକାଲକୁ ଅଣାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ସେହିଦିନ ତାଙ୍କୁ ଏସ୍‌ସିବି ମେଡିସିନ୍ ୱାର୍ଡର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମେଡିସିନ୍‌ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହେବାରୁ ତାଙ୍କୁ ଆଜି ଅପରାହ୍ନରେ ‌ଘରକୁ ଛଡାଯାଇଥିବା ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର