ସୁନ୍ଦରଗଡ଼ରେ ବିଷୁବ ମିଳନ ଓ କବିତା ଆସର  

ସୁନ୍ଦରଗଡ଼: ସ୍ଥାନୀୟ ବୀରମିତ୍ର କ୍ଲବ ଠାରେ ଅରଣ୍ୟା ଓ ସୁନ୍ଦରଗଡ଼ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ବିଷୁବ ମିଳନ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଗାଳ୍ପିକ ତଥା ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପୌରୋହିତ୍ୟ କରି ଭାଷାର ସୁରକ୍ଷା ଓ ପ୍ରୟୋଜନ ସମ୍ପର୍କରେ ଆଲୋକପାତ କରିଥିଲେ। ଅରଣ୍ୟାର ସଭାପତି ଗାଳ୍ପିକ ରାଜକିଶୋର ଷଡ଼ଙ୍ଗୀ ପ୍ରାରମ୍ଭିକ ଉଦବୋଧନରେ ବିଷୁବ ମିଳନର ତାତ୍ପର୍ଯ୍ୟ ଓ ଏହାର ପରମ୍ପରା ସମ୍ପର୍କରେ ଆଲୋଚନା କରି ‘ ଓଡ଼ିଆ ସାଷହିତ୍ୟରେ ପଣା ସଂକ୍ରାନ୍ତି ତଥା ବିଷୁବ ସଂକ୍ରାନ୍ତି କେବଳ ଏକ ପୌରାଣିକ ଉପାଖ୍ୟାନ ନୁହେଁ, ଏହା ସହ ସାମାଜିକ, ସାଂସ୍କୃତିକ ଓ ଶକ୍ତି ଉପାସନାର ନିବିଡ଼ ସମ୍ପର୍କ ରହିଛି’ ବୋଲି କହିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସରୋଜ କୁମାର ମିଶ୍ର କହିଥିଲେ, ‘ ସାହିତ୍ୟ ସମାଜର ଦର୍ପଣ, ଏଠାରେ ଘଟୁଥିବା ପ୍ରତିଟି ଘଟଣା ଗୋଟିଏ ଗୋଟିଏ କଥାକୁ ରୂପାନ୍ତର ହୋଇଯାଏ।

ଅନୁଭବ ଓ ଭାବପ୍ରବଣତାରୁ ସୃଷ୍ଟ ଗଳ୍ପ, କବିତା ପାଠକର ମର୍ମକୁ ସ୍ପର୍ଶ କରିଥାଏ’ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବୀ ନିମାଇଁଚରଣ ନାଏକ, ପୂର୍ବତନ ପ୍ରାଧ୍ୟାପକ ପିଣ୍ଟୁ ଦତ୍ତ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସମ୍ମିଳିତ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ। ଯୁବ ଗାଳ୍ପିକ ବିବିଧ ବିଶ୍ବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହା ପରେ ସୌମ୍ୟ ମହାକୁଡ଼ ଓ ଗୋପକୃଷ୍ଣ ନାଶୟକଙ୍କ ସଂଯୋଜନାରେ ଆୟୋଜିତ ଏକ ମନୋଜ୍ଞ କବିତା ଆସରରେ କବୀ ରଞ୍ଜିତା ପଣ୍ଡା, ସୁଷମା ପଟେଲ, ପ୍ରତାପ ପଟ୍ଟନାୟକ, ରାଜୁ ଠାକୁର, ଚୈତାଳୀ ଦତ୍ତ, ମୀନାରାଣୀ ସହାୟ, କମଳ ସେନ, ସୁଶାନ୍ତ ପଣ୍ଡା, ସୁସ୍ମିତା ଭୋଇ, ଶରତଚନ୍ଦ୍ର ପାଣ୍ଡେ, ଶୁଭଶ୍ରୀ ରାୟ, ପୁଷ୍ପଲତା ପାଣିଗ୍ରାହୀ, ଗୋପାଳ ପୃଷେଠ ପ୍ରମୁଖ କବିତା ପାଠ କରିଥିଲେ।

ସମ୍ବନ୍ଧିତ ଖବର