ବିଶିଷ୍ଟ କବି ରବି ସିଂ ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର: ଆଧୁନିକ ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି ରବି ସିଂଙ୍କୁ ୨୦୧୭ ପାଇଁ ମର୍ଯ୍ୟାଦାଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନିତ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ଭବ୍ୟ କାର୍ଯ୍ୟକ୍ରମରେ କବି ରବି ସିଂଙ୍କୁ ପୁରସ୍କାର   ଅନ୍ୟ ୧୫ ଜଣ ବୟୋଜ୍ୟେଷ୍ଠ ସାହିତିକଙ୍କୁ ସମ୍ବର୍ଦ୍ଧନା ଦିଆଯିବ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ବିଶିଷ୍ଟ କବି ରବି ସିଂଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ସାହିତ୍ୟିକ ସନାତନ ମହାନ୍ତି, ରଜତ କୁମାର କର, ଲକ୍ଷ୍ମୀଧର ଜେନା, ବଂଶୀଧର ରାଉତ, ଭୂପେନ ମହାପାତ୍ର, ନବକିଶୋର ପୃଷ୍ଟି, ରାମଚନ୍ଦ୍ର ମହାନ୍ତ, ସୁରେନ୍ଦ୍ର କୁମାର ମହାରଣା, ତ୍ରିନାଥ ସାହୁ, ପଞ୍ଚାନନ ମିଶ୍ର, ନକୁଳ ଚନ୍ଦ୍ର ସାହୁ, ଅନିଲ ଚନ୍ଦ୍ର ଦାଶ, କୁମୁଦ ଚନ୍ଦ୍ର ଦାଶ, ଗୋବର୍ଦ୍ଧନ ନାୟକ ଓ କବୟିତ୍ରୀ ଅଞ୍ଜଳି ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଲାଗି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର