କଟକ : ତେଲଠାରୁ ମସଲା, ରଙ୍ଗ, ସିମେଣ୍ଟଠାରୁ ଆରମ୍ଭ କରି ସସ୍, ଗଙ୍ଗା ଜଳ ଯାଏ ସବୁକିଛି ଭେଜାଲ୍। ପୋକରା ଚାଉଳରେ ଶାଢ଼ିରେ ଦିଆଯାଉଥିବା ରଂଗ ମିଶାଇ ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପ୍ରସ୍ତୁତ କରାଯାଉଛି। ପୋଡ଼ା ମୋବିଲ ଓ ପଶ୍ଚିମବଙ୍ଗରୁ ଆସୁଥିବା ଏସେନ୍ସ ମିଶାଇ ଘିଅ ପ୍ରସ୍ତୁତ କରାଯାଉଛି। କଳମ ଶାଗରୁ ସସ୍...। ଏଭଳି ନକଲି ଖାଦ୍ୟସାମଗ୍ରୀର କାରବାରର ପେଣ୍ଠସ୍ଥଳ ଜଗତପୁର, ସଦର ଓ ମାଲଗୋଦାମ ପାଲଟିଥିବା ବେଳେ ଆଜି ଚାଉଳିଆଗଂଜ ଥାନା ଅନ୍ତର୍ଗତ ଭଦିମୂଳ ଓ ନୂଆବଜାରରେ ବି ମସଲା ଓ ଘିଅ ନକଲି କାରବାର ଧରା ପଡ଼ିଛି। ଆଜିର ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯିବା ସହିତ ପ୍ରାୟ ଦେଢ଼ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଗଲା ୧୩ ବର୍ଷ ଭିତରେ ନକଲି କାରବାରରେ ସଂପୃକ୍ତ ୨୩ ଜଣଙ୍କୁ ଗିରଫ କରାଯାଇଥିଲେ ବି ନକଲି କାରବାରର ଚେର ଲମ୍ବିବାରେ ଲାଗିଛି। ଏହି ନକଲି ଖାଦ୍ୟ ସାମଗ୍ରୀ ବ୍ୟବହାର ଦ୍ବାରା କ୍ୟାନସର, କିଡନି ନଷ୍ଟ ଭଳି ସମସ୍ୟା ହେଉଥିବା ବିଶେଷଜ୍ଞମାନେ ମତ ଦେଇଥିବା ବେଳେ ଟଙ୍କା ଦେଇ ଏବେ ସହରବାସୀ ବିଷ କିଣୁଛନ୍ତି।
/sambad/media/post_attachments/wp-content/uploads/2020/11/cuttack-BHADIMULA-RE-NAKALI-MASALA-KARAKHANA-UPARE-CHAULIAGANJ-POLICE-RA-CHADHAU-5-300x170.jpg)
ଏହି ସାମଗ୍ରୀ ରାଜ୍ୟର ବିଭିନ୍ନ ଅଞ୍ଚଳ ଏମିତିକି କଲିକତା ଚାଲାଣ ହେଉଥିବା ସୂଚନା ମିଳିଛି।
ଆଜି ସକାଳେ ଭଦିମୂଳ ନିକଟରେ ଚଢାଉ କରାଯାଇ ଅପମିଶ୍ରିତ ମସଲା କାରଖାନା ଠାବ କରାଯାଇଥିବା ବେଳେ ସନ୍ଧ୍ୟାରେ ନୂଆବଜାରରେ ଥିବା ନକଲି ଘିଅ, ଅଗୁରୁ, ଗଙ୍ଗାଜଳ କାରଖାନା ଉପରେ ପୁଲିସ ଚଢ଼ଉ କରି ଉତ୍ତର ପ୍ରଦେଶ ମିରଟ ସହର ଲୋଗୋ ଥିବା ଗୁଆ ଘିଅ, ଡାଲଡା, ଗଙ୍ଗାଜଳ, ଅଗୁରୁ ଓ ଅନ୍ୟାନ୍ୟ ଜିନିଷ ତିଆରି ପାଇଁ ରହିଥିବା କଞ୍ଚାମାଲ, ମେସିନ ଇତ୍ୟାଦି ଜବତ କରିଛି। ଦୀର୍ଘ ୧୫ ବର୍ଷ ହେବ ନୂଆ ବଜାରରେ ଏହି ନକଲି କାରଖାନା ଚାଲୁଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ନକଲି ମସଲା ତିଆରି ପାଇଁ ଇଡ଼କଲ ନାମକ ଏକ ରାସାୟନିକ ମିଶାଯାଉଥିବା ବେଳେ ତାହା କ୍ୟାନସର ଭଳି ରୋଗ ସୃଷ୍ଟି କରୁଛି। ଭଦିମୂଳ ଅଞ୍ଚଳର ତପନ କୁମାର ରାୟ ନିଜ ଘରର ବାଥରୁମ୍ ଭିତରେ ଏହି ରାସାୟନିକ ପଦାର୍ଥକୁ ଲୁଚାଇ ରଖିଥିଲେ। ତପନଙ୍କୁ ପୁଲିସ ଗିରଫ କରିଛି। ସେହିପରି ନୂଆବଜାର ଛକରେ ଥିବା ଏକ ନକଲି ଘିଅ କାରଖାନା ଉପରେ ପୁଲିସ ଚଡ଼ଉ କରି ତୁଷାରକାନ୍ତି ଦାସକୁ ଗିରଫ କରିଛି। ପୁଲିସ ତାର ଦୁଇଟି ଆଡ଼ାରେ ଚଢ଼ଉ କରି ପ୍ରାୟ ପନ୍ଦର କୁଇଣ୍ଟାଲ ନକଲି ଘିଅ, ସତୁରି ପେଟି ପାମୋଲିନ ଅଏଲ ଓ ବିଭିନ ଦାମୀ କମ୍ପାନି ନାମରେ ଥିବା ନକଲି ଘିଅ ଜରି ଜବତ କରିଛି। ମୋଟ ଜବତ ଘିଅର ମୂଲ୍ୟ ପଚାଶ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡ଼ିଛି। ଚାଉଳିଆଗଞ୍ଜର ମଠ ସାହି ଅଞ୍ଚଳରୁ ଏହି ରାକେଟ୍ କାମ କରୁଥିବା ବେଳେ ପୁଲିସ ଏହାର ମାଷ୍ଟରମାଇଣ୍ଡକୁ ଧରିବାକୁ ଚଢ଼ଉ ଆରମ୍ଭ କରିଛି। ଏହି ନକଲି ଘିଅକୁ କୃଷ୍ନା ନାମକ ଏକ ଷ୍ଟିକର ତିଆରି କରି ପୁରୀ, ଭୁବନେଶ୍ୱର, ଭଦ୍ରକ, କଳାହାଣ୍ଡି, କୋରାପୁଟ ସମେତ କଲିକତାକୁ ମଧ୍ୟ ପଠାଯାଉଥିଲା।
/sambad/media/post_attachments/wp-content/uploads/2020/11/cuttack-BHADIMULA-RE-NAKALI-MASALA-KARAKHANA-UPARE-CHAULIAGANJ-POLICE-RA-CHADHAU-14-300x239.jpg)
ଆଜି ଏହି ନକଲି ଫାକ୍ଟ୍ରିରୁ ପୁଲିସ ଅଡ଼ି ତେଲ ସହ ଦୁଇ କୁଇଣ୍ଟାଲ ରେଢୁ ତେଲ ଜବତ କରିଛି। ଏହି ଘିଅକୁ ବ୍ୟବହାର କଲେ କିଡ୍ନି ଜନିତ ରୋଗ ସହ ଦୃଷ୍ଟିଶକ୍ତି କମିଯାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଜିର ଚଢ଼ଉରେ ଏସିପି ଅମରେନ୍ଦ୍ର ପଣ୍ଡା, ଚାଉଳିଆଗଞ୍ଜ ଆଇ ଆଇ ସି ତାପସ ଚନ୍ଦ୍ର ପ୍ରଧାନ, ଏସ ଆଇ ଦିଲୀପ କୁମାର ସାହୁ, ଏସ ଆଇ ନରେନ୍ଦ୍ର ପରିଡା, ଏ ଏସ ଆଇ ବାଦଲ କୁମାର ମଲ୍ଲିକ, ଏ ଏସ ଆଇ ଅଜୟ ବେହେରା, ସିଏମସିର ହେଲଥ ଅଫିସର ଡାକ୍ତର ସତ୍ୟବ୍ରତ ମହାପାତ୍ର, ହେଲଥ ଇନ୍ସପେକ୍ଟର ଭଗବାନ ଲେଙ୍କା ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/cuttack-BHADIMULA-RE-NAKALI-MASALA-KARAKHANA-UPARE-CHAULIAGANJ-POLICE-RA-CHADHAU-15.jpg)