ବିଷାକ୍ତ ଖାଦ୍ୟ ଖାଇ ଭାଇ ମୃତ, ଭଉଣୀ ଗୁରୁତର

ଭାତରେ ବୁଢ଼ିଆଣି ପଡ଼ିଥିବା ସନ୍ଦେହ

ଦଶପଲ୍ଲା: ଦଶପଲ୍ଲା ଥାନା ଅନ୍ତର୍ଗତ ସ୍ଥାନୀୟ ନରସିଂହପୁର ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଭାଇର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଅଚ୍ୟୁତ ପ୍ରଧାନଙ୍କ ପୁଅ କାହ୍ନା (୭) ଗତକାଲି ଭାତ ଖାଇବା ପରେ ପେଟ କାଟିବା ସହ ଝାଡ଼ାବାନ୍ତି ହୋଇଥିଲା। ଏହାର କିଛି ସମୟ ପରେ ଝିଅ ଜିନା (୧୦) ମଧ୍ୟ ଭାତ ଖାଇବାରେ ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପଡ଼ିଥିଲା। ଝିଅ ଜିନା ଓ ଅଚ୍ୟୁତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର କାହ୍ନାକୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ଜିନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଭାତରେ ବୁଢ଼ିଆଣି କିମ୍ବା ଅନ୍ୟ କୌଣସି ବିଷାକ୍ତ ଜୀବ ପଡ଼ିଥିବା ବେଳେ ଏହି ଖାଦ୍ୟ ଖାଇ ଏଭଳି ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର