ଭଦ୍ରକରେ ବିଷାକ୍ତ ମଦ ବିଭୀଷିକା

ବିଜେଡିକୁ ଆଙ୍ଗୁଳି ଉଠାଇଲା କ˚ଗ୍ରେସ

ଏହି ଘଟଣାରେ କଂଗ୍ରେସ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛିି ଶାସକ ବିଜେଡିକୁ। ନିର୍ବାଚନରେ ଭୋଟ ହାତେଇବା ଲାଗି ନେତାମାନେ ଏପରି ବିଷାକ୍ତ ମଦ ଆଣି ଦିଆଯାଇଥିବା ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ପୀରହାଟର କେତେକ ଛାମୁଆ ନେତା ଏହି ମଦ ଯୋଗାଣ କରିଥିଲେ ପୋଲିସ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛି କ˚ଗ୍ରେସ। କଂଗ୍ରେସ ବିଧାୟକ ପ୍ରାର୍ଥୀ ଦିଗମ୍ବର ଦାସଙ୍କ ନେତୃତ୍ବରେ ଶତାଧିକ କର୍ମୀ ମୃତକ ପରିବାରକୁ ଭେଟି ସମବେଦନା କରିବା ସହ ପୀରହାଟ ଫାଣ୍ତି ସମ୍ମୁଖରେ ବିକ୍ଷୋଭ କରିଥିଲେ। ମୃତକ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସରକାରୀ କ୍ଷତି ପୂରଣ, ଚିକିତ୍ସାଧିନ ଥିବା ବ୍ୟକ୍ତିଙ୍କ ସମସ୍ତ ଖର୍ଚ୍ଚ ବହନ କରିବା ମଦ ଯୋଗାଇ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ୍‌ କରିବାକୁ ଦାବୀ କରିଥିଲେ। ଉଭୟ ପ୍ରଶାସନ ଓ ଶାସକ ଦଳ ବିରୋଧରେ ନାରାବାଜି କରିବା ସହ ଫାଣ୍ତି ସମ୍ମୁଖରେ ଧାରଣା ଦେଇଥିଲେ। ଏଥିରେ ମନୋଜ ବିଶ୍ବାଳ, ସର୍ବେଶ୍ବର ବେହେରା, ସୁଦର୍ଶନ ସ୍ବାଇଁ, ଗଙ୍ଗାଧର ପାଣ୍ତବ ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇଥିଲେ।

ମୃତ ତାଲିକା
ତିହିଡିର ରାମଚନ୍ଦ୍ର ପଢିହାରୀ, ସାଧୁଚରଣ ନାୟକ(୫୨), ସର୍ବେଶ୍ବର ଦାସ, ଶଙ୍କର୍ଷଣ ପରିଡା(୫୦), ଚାନ୍ଦବାଲିର ବାଇଧର ନାୟକ (୪୨), କୁନା ଜେନା, ଦେବେନ୍ଦ୍ର ପଣ୍ଡା, ବୁଦ୍ଧିରାମ ଜେନା
ଅସୁସ୍ଥ ତାଲିକା
କୁନ ଜେନା(୪୦), ବିଜୟ ବାରିକ(୩୨), ପୟଧର ବାରିକ(୨୭), ଇନ୍ଦ୍ରମଣି ଦାସ(୩୮), ପଞ୍ଚାନନ ବଳ(୫୪), ବିଜୟ ମହାପାତ୍ର(୫୪), ପ୍ରଦୀପ ମହାନ୍ତି(୪୫), ସୁରେଶ ବିିଶ୍ବାଳ(୪୨), ବାଇଧର ଦାସ(୪୦), ବିଜୟ ତ୍ରିପାଠୀ(୪୮), ପୁରୁଷୋତ୍ତମ ବେହୁରିଆ(୬୪), ବିଜୟ ବେହେରା(୨୮) କମଳାକାନ୍ତ ପାଢ଼ୀ(୩୫), ରଘୁନାଥ ସେନାପତି(୫୪), ପ୍ରହ୍ଲାଦ ମିଶ୍ର(୫୩), ଦୀନବନ୍ଧୁ ଜେନା(୪୪), ଶରତ କୁମାର ରାଉତ(୫୪), ଶ୍ୟାମସୁନ୍ଦର ବେହେରା,(୪୫), ସୂର୍ଯ୍ୟମଣି ଗାହାଣ(୫୮), ସୁକାନ୍ତ ବାରିକ(୪୨), ଦୀପକ ବାରିକ(୨୬), ପ୍ରଶାନ୍ତ ବେହେରା(୩୮), ନାରାୟଣ ଚନ୍ଦ୍ର ବାରିକ(୨୬), ମାନସ କୁମାର ଗାହାଣ(୨୮), ଚିନ୍ତାମଣି ମହାରଣା(୩୭), ସକିର ସାହାଜୀ(୧୯), ବଳରାମ ଦାସ(୩୦), ବୁଲୁ ସେଠୀ(୩୦), ମନୋଜ ବାରିକ(୨୩), ବିିକ୍ରମ ପଢ଼ିଆରୀ(୩୦), ରାଜୁ ଭଞ୍ଜ(୨୦), ତ୍ରିଲୋଚନ ବାରିକ(୨୮), ଶମ୍ଭୁନାଥ ପାଢ଼ୀ(୪୬), ଅକ୍ଷୟ ବଳ(୪୮), ଶରତ ଜେନା(୨୭), ଜଗବନ୍ଧୁ ଜେନା(୨୪), ବିନୋଦ ସାହୁ(୫୦), ବିକାଶ କୁମାର ବାରିକ(୨୬), କମଳାକାନ୍ତ ବାରିକ(୬୦), ପ୍ରକାଶ ମାଝୀ(୪୦), ଅପୂର୍ବ ବୀର(୨୦), କାର୍ତ୍ତିକ ସାହୁ(୩୨), ଅମରେଶ ଖଟୁଆ(୨୮), ଉଦୟକର ବାରିକ(୫୦), ପ୍ରକାଶ ମହାନ୍ତି(୩୦), ଅଜୟ ଜେନା(୨୯) ଓ ଅନ୍ୟମାନେ ତିହିଡି, ଭଦ୍ରକ କଟକ ଡାକ୍ତରଖାନାରେ ଚିକିତ୍ସିତ

ସମ୍ବନ୍ଧିତ ଖବର