ପିପିଲି : ପ୍ରାୟ ୨୦ଦିନ ହେବ ସ୍ଥାନୀୟ ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣସାହିର ଲୋକେ ବିଷାକ୍ତ ନାଲି ପିମ୍ପୁଡ଼ି ଆତଙ୍କରେ ଅତିଷ୍ଠ ହୋଇପଡ଼ିଥିଲେ। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ପିପିଲି ବ୍ଲକ୍‌ ପ୍ରଶାସନ ଓ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ବ୍ରାହ୍ମଣସାହି ଗାଁ’ରେ ପହଞ୍ଚିଛନ୍ତି।

Advertisment

ପିପିଲି ବିଡିଓ ରଶ୍ମିତା ନାଥ ନିଜେ ଆଜି ଗାଁ’କୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ କୀଟ ନିୟନ୍ତ୍ରଣ ଏଜେନ୍ସି ଦ୍ବାରା ଗ୍ରାମରେ କୀଟନାଶକ ସିଞ୍ଚନ ଆରମ୍ଭ କରିଛନ୍ତି। କେଉଁଠାରୁ ଏହି ବିଷାକ୍ତ ପିମ୍ପୁଡ଼ି ବାହାରୁଛନ୍ତି ତାହା ଗାଁ’ ସଫା ହେବା ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି। ଓୟୁଏଟିର ଏକ ବିଶେଷଜ୍ଞ ଦଳ ମଧ୍ୟ ଆଜି ଗାଁ’ରେ ପହଞ୍ଚି ପରୀକ୍ଷା ନିରୀକ୍ଷା ପାଇଁ ସେଠାରୁ କିଛି ନାଲି ପିମ୍ପୁଡ଼ି ସଂଗ୍ରହ କରି ଭୁବନେଶ୍ବର ଫେରିଛନ୍ତି। ସେହିପରି ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପିମ୍ପୁଡ଼ି ଆକ୍ରାନ୍ତ ମହିଳା ଓ ପୁରୁଷମାନଙ୍କର ଆଜିଠାରୁ ଚିକିତ୍ସା ଆରମ୍ଭ ହୋଇଛି। ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ପ୍ରତିଷେଧକ ଓୗଷଧ ଓ ମଲମ ଆଦି ଦିଆଯାଉଛି ବୋଲି ଡା. ବିନୟ କୁମାର ପଣ୍ତା କହିଛନ୍ତି।