ପୋଲସରା ବିଧାୟକଙ୍କ ମିଥ୍ୟା ସତ୍ୟପାଠ ମାମଲା

ବିଜେପି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ

ବୁଗୁଡ଼ା: ତୁଟୁନି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମିଥ୍ୟା ସତ୍ୟପାଠ ବିବାଦ। ନିର୍ବାଚନ ବେଳେ ତ୍ରୁଟିପୂର୍ଣ ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିଥିବା ଅଭିଯୋଗକୁ ନେଇ ବିଜେପି ଏବେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛି। ଗତ ସୋମବାର ବିିଧାୟକ ସାମ୍ବାଦିକ ସମ୍ମିଳନୀରେ ସେ ମାଟ୍ରିକ୍‌ ଫେଲ୍‌ ବୋଲି ସ୍ପଷ୍ଟୀକରଣ ରଖିଥିଲେ ମଧ୍ୟ ଅଡୁଆରୁ ମୁକୁଳି ପାରୁନାହାନ୍ତି। ତାଙ୍କ ମିଥ୍ୟା ସତ୍ୟପାଠ ନେଇ ଏବେ ବିଜେପି ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛି। ବିଧାୟକଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରିବାକୁ କଂଗ୍ରେସର ପରାଜିତ ବିଧାୟକ ପ୍ରାର୍ଥୀ ତଥା ବର୍ତମାନର ବିଜେପିି ନେତା ଗୋକୁଳାନନ୍ଦ ମଲ୍ଲିକ ନିର୍ବାଚନ କମିସନ୍‌ଙ୍କୁ ନିବେଦନ କରିଛନ୍ତି। ପୋଲସରା ବିଧାୟକଙ୍କ ମିଥ୍ୟା ସତ୍ୟପାଠ ଓ ମାଟ୍ରିକ୍‌ ଫେଲ୍‌ ହୋଇ ମଧ୍ୟ କଲେଜରେ ନାମ ଲେଖାଇବାକୁ ଆବେଦନ କରିବା ଦ୍ୱାରା ସାଧାରଣ ଲୋକଙ୍କୁ ଭକୁଆ କରିବାକୁ ଚେଷ୍ଟା କରା ଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଗୋକୁଳାନନ୍ଦ ଅଭିଯୋଗ ପତ୍ରରେ ଊଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର