ମାଲକାନଗିରି : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆନ୍ଧ୍ର ସରକାରଙ୍କ ଇନ୍ଦିରା ସାଗର (ପୋଲାଭରମ) ପ୍ରକଳ୍ପ। ଆଉ କିଛି ମାସ ମଧ୍ୟରେ ସଂପୂର୍ଣ୍ଣ ହୋଇଯିବ। କିନ୍ତୁ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପୂର୍ବରୁ ଅନେକ ଅଞ୍ଚଳ ବୁଡ଼ାଇବା ଆରମ୍ଭ କରିଛି। ତେଣୁ ଆନ୍ଧ୍ର ସରକାର ନିଜ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି। ଯଦି ତୁରନ୍ତ କୌଣସି ପଦକ୍ଷେପ ନିଆଯିବ ନାହିଁ ତେବେ ଓଡ଼ିଶାର ୮ଟି ଏବଂ ଛତିଶଗଡ଼ର ୯ଟି ଗାଁ ସଂପୂର୍ଣ୍ଣ ଜଳମଗ୍ନ ହୋଇଯିବ। ଏପରିସ୍ଥଳେ, ଓଡ଼ିଶା ଓ ଛତିଶଗଡ଼ କଂଗ୍ରେସ ମିଳିତଭାବେ ଏହାର ପ୍ରତିବାଦ କରିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି।
ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶା ସରକାର ଯେତିକି ବିରୋଧ କିମ୍ବା ପ୍ରତିବାଦ କରିବା କଥା କରିନାହାନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ନିକଟରେ ବି ଚାପ ପକାଇବାରେ ବି ରାଜ୍ୟ ସରକାର ବିଫଳ ହୋଇଛନ୍ତି। ପ୍ରକଳ୍ପ ଯୋଗୁ ପ୍ରଭାବିତ ହେବାକୁ ଯାଉଥିବା ଓଡ଼ିଶାର ଗାଁକୁ ପରିଦର୍ଶନ କରିବା ପରେ ଏଭଳି ଅଭିଯୋଗ କରିଛି କଂଗ୍ରେସ। ଦୁଇଟି ରାଜ୍ୟ କ୍ଷତିଗ୍ରସ୍ତ ହେବାକୁ ଯାଉଥିବାରୁ ଏହି ପ୍ରସଙ୍ଗରେ ଆଗକୁ ବିରାଟ ଜନଆନ୍ଦୋଳନ କରିବାକୁ ବି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଚେତାବନୀ ଦେଇଛି। ଏପରିକି ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟ କଂଗ୍ରେସ ମିଳିତ ଭାବେ ପ୍ରତିବାଦ କରିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/polavaram.jpg)