ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତେଲେଙ୍ଗାନାର ସ୍ୱତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ତେଜାବତ ଭେଟି ଆଲୋଚନା କରିଛନ୍ତି। ଏହି ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ ଉଭୟ ରାଜ୍ୟ ସୁପ୍ରିମକୋର୍ଟରେ ମାମଲାକୁ ଏକାଠି ଲଢ଼ିବାକୁ ପସ୍ତାବ ଦେଇଛନ୍ତି।
/sambad/media/post_attachments/wp-content/uploads/2018/02/Presentation1-2-300x225.jpg)
ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ଓ ତେଲେଙ୍ଗାନା ପ୍ରଭାବିତ ହେଉଥିବା କହିଛନ୍ତି ତେଲେଙ୍ଗାନାର ପ୍ରତିନିଧି ରାମଚନ୍ଦ୍ର ତେଜାବତ୍। କେବଳ ଏତିକି ନୁହେଁ, ପୋଲାଭରମ୍ ପ୍ରକଳ୍ପ ହେବା ଦ୍ୱାରା ତେଲେଙ୍ଗାନାର ୨ଲକ୍ଷ ଆଦିବାସୀ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ପ୍ରକଳ୍ପର ପରିବର୍ତ୍ତନ ହେବା ଜରୁରୀ ବୋଲି ଉଭୟ ରାଜ୍ୟ ଦାବି କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/naveen-patnaik-578x435.jpg)
