ଚମ୍ପୁଆ: ଲଘୁଚାପ ଜନିତ ଲଗାଣ ବର୍ଷାରେ ପୋଲ ଭାଙ୍ଗିଯିବାରୁ ଚମ୍ପୁଆ ବ୍ଲକ୍ ନିଶାଗଡ଼ିଆ-ସୁନପଶି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କିଛିବର୍ଷ ତଳେ ନିଶାଗଡ଼ିଆ ଠାରୁ ଭୂଇଁପୁର ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିଲା। ରାସ୍ତାରେ ଥିବା ନିଶାଗଡ଼ିଆ ନାଳ ଉପରେ ଏକ ଘୋଷରା ପୋଲ ନିର୍ମାଣ କରାଯାଇଥିଲା।
ଲଗାଣ ବର୍ଷାରେ ଉକ୍ତ ପୋଲଟି ଧୋଇଯାଇଛି। ଫଳରେ ଏହି ଦୁଇ ଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପୋଲ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ବର୍ଷାରେ ଧୋଇଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଠାରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/8-14.jpg)