ମାନବିକତା ଦେଖାଇଲେ ପୁଲିସ ଓ ସାମ୍ବାଦିକ: ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ

ନବରଙ୍ଗପୁର : ଲୁହ ରଡ୍ ରେ ମାଡ ଖାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୋଷେଇ ଘରେ ପଡି ରହିଥିଲେ ମହିଳା। ଖବର ପାଇ ପୁଲିସ ଓ ସାମ୍ବାଦିକ ମାନବିକତା ଦେଖାଇ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ୮.୩୦ ଟା ବେଳେ ସଇଲେସ ବାଘ ନାମକ ଜଣେ ବ୍ୟକ୍ତି ନବରଙ୍ଗପୁର ଥାନାର ଦ୍ବାରସ୍ଥ ହୋଇ ସେ ନିଜେ ତାଙ୍କ ସ୍ତ୍ରୀଙ୍କୁ ଲୁହା ଛଡରେ ଆକ୍ରମଣ କରିଥିବାର ସ୍ବୀକାର କରିଥିଲେ। ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡିରହିଥିବା ବେଳେ ସେ ଭୟରେ ଥାନାର ଦ୍ବାରସ୍ଥ ହୋଇଥିବାର କହିଥିଲେ। ପୁଲିସ ଏହି ଖବର ଶୁଣିବା ପରେ ସାଙ୍ଗେ ସାଙ୍ଗେ ବିଳମ୍ବ ନକରି ନବରଙ୍ଗପୁର ସହରର ଭାଟସାଲଗୁଡାରେ ଯାଇ ପହଞ୍ଚିଥିଲେ। ଘରେ ତାଙ୍କର କେହି ନଥିବା ବେଳେ ମହିଳା ଗୀତା ବାଘ ତାଙ୍କ ରୋଷେଇ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ। ପୁଲିସ ପକ୍ଷରୁ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ ମଧ୍ୟ ଆମ୍ବୁଲାନସ ଆସିବାରେ ବିଳମ୍ବ ହେବାରୁ ଘଟଣାସ୍ଥଳରେ ଉପସ୍ଥିତ ପୁଲିସ ଓ ସାମ୍ବାଦିକ ସମୟ ନଷ୍ଟ ନକରି ନିଜେ ଉକ୍ତ ମହିଳାଙ୍କୁ ଉଠାଇ ପୁଲିସ ଗାଡିରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

ସଇଲେସଙ୍କ ୩ଟି ପୁଅ ଓ ଝିଅ ଥିବା ବେଳେ ଗଣ୍ଡଗୋଳ ସମୟରେ ଘରେ କେହି ନଥିଲେ। କୌଣସି କାରଣକୁ ନେଇ ପ୍ରଥମେ ବଚସା ହୋଇଥିଲା ଓ ପରେ ଉତ୍ତେଜିତ ହୋଇ ସ୍ତ୍ରୀ ଗୀତାଙ୍କ ମୁଣ୍ଡକୁ ଏକ ଲୁଆ ଛଡରେ ମାଡ ମାରି ଥାନାର ଦ୍ବାରସ୍ଥ ହୋଇଥିଲେ ସଇଲେସ। ଉକ୍ତ ମହିଳାଙ୍କୁ ଉଦ୍ଧାର କରିବାରେ ନବରଙ୍ଗପୁର ଥାନା ଅତିରିକ୍ତ ଥାନା ଅଧିକାରୀ ପ୍ରମୀଳା ବିଡିକା, ଅନିଲ କୁମାର ପୃଷ୍ଟି, ସଶ୍ମିତା, ସାମ୍ବାଦିକ ନବଘନ ବିଷୋୟୀ, ମହେଶ୍ବର ବେହେରା ସହଯୋଗ କରିଥିଲେ। ଏ ନେଇ ଥାନା ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି, ସଇଲେସ ଥାନାର ଦ୍ବାରସ୍ଥ ହୋଇ ସବୁ କଥା କହିଥିଲା। ସେ ଥାନାରେ ପହଞ୍ଚିବା ପରେ ସଇଲେସକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୁଲିସ।

ସମ୍ବନ୍ଧିତ ଖବର