ପାରାଦୀପ: ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ଅଟକାଇବା କାରଣରୁ ଢିଙ୍କିଆରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଠାରେ ଗ୍ରାମବାସୀ ପୁଲିସ ଲାଠିମାଡ଼ର ଶିକାର ହୋଇଛନ୍ତି। ଏଥିରେ ବହୁ ଗ୍ରାମବାସୀ ଆହତ ହୋଇଥିବା ଜଣାଯାଇଛି।
ଢିଙ୍କିଆରେ ପୁଲିସ ଗ୍ରାମବାସୀ ମୁହାଁମୁହିଁ। ଠେଲାପେଲା, ଧସ୍ତାଧସ୍ତି ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ମହିଳାମାନେ ଉଲଗ୍ନ ପ୍ରତିବାଦ କରିଛନ୍ତି । ଆଜି ଗ୍ରାମବାସୀମାନେ ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଅଟକାଇଥିଲା ପୁଲିସ । ପ୍ରଶାସନ ପକ୍ଷରୁ ଗାଁର ଚାରିପଟେ ମୁତୟନ ହୋଇଥିବା ପୁଲିସ ନିକଟରେ ଲୋକ ମାଡ଼ି ଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।
ଜେ.ଏସ.ଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଅଭିଯୋଗ କରିଛନ୍ତି ଚାଷୀ। ଏନେଇ ଛୋଟ ଛୋଟ ପିଲାଙ୍କୁ ଧରି ଶତାଧିକ ଗ୍ରାମବାସୀ ପ୍ରକଳ୍ପ ନିକଟକୁ ଯାଉଥିଲେ । ଏହି ସମୟରେ ପୁଲିସ ଅଟକାଇବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।
ନୂଆବର୍ଷରେ ମାହାଳ ଗାଁରେ ପାନ ବରଜ ମାପଚୁପ ଓ ଉଚ୍ଛେଦ ସମୟରେ ତିନି ଜଣ ଢ଼ିଙ୍କିଆବାସୀ ନିଜ ପଟୁ ଏଥିରେ ସାମିଲ ହୋଇଛନ୍ତି। ସେମାନେ ନିଜ ନିଜ ପାନ ବରଜ ଉଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ମାତ୍ର ଏହି ପାନ ବରଜ ମାପଚୁପ ଚାଲିଥିବା ବେଳେ ଢ଼ିଙ୍କିଆ ନିକଟରେ ପୁଲିସ-ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ପୁଲିସକୁ ଗାଁରେ ପୂରାଇ ନ ଦେବା ପାଇଁ ଢ଼ିଙ୍କିଆବାସୀ କରିଥିବା ଫାଟକ ନିକଟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।
ଏରସମା ତହସିଲଦାରଙ୍କ ନେତୃତ୍ବରେ ୩ଟି ଟିମ୍ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। କିନ୍ତୁ ମାପଚୁପ ଚାଲିଥିବା ବେଳେ ପୁଲିସ-ଢ଼ିଙ୍କିଆ ଗ୍ରାମବାସୀଙ୍କୁ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ମାପଚୁପ ସମୟରେ ଢ଼ିଙ୍କିଆବାସୀ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରାଯାଇଥିଲା। ଏହା ପୂର୍ବରୁ ପୁଲିସ ଗାଁ ନିକଟରେ ପହଞ୍ଚି ଯାଇଥିଲା। ଗାଁ ସୀମାରେ ପୁଲିସକୁ ପୂରାଇ ନ ଦେବା ପାଇଁ କରାଯାଇଥିବା ଫାଟକ ନିକଟରେ ପୁଲିସ ଜଗି ରହିଥିଲା। ସେପଟେ ଗାଁକୁ ପୁଲିସ ପ୍ରବେଶ ଆଶଙ୍କାରେ ଢ଼ିଙ୍କିଆ ଗ୍ରାମବାସୀ ମଧ୍ୟ ଫାଟକର ନିକଟକୁ ଆସିଥିଲେ। ଫଳରେ ଫାଟକର ଉଭୟ ପାର୍ଶ୍ବରେ ପୁଲିସ-ଗ୍ରାମବାସୀ ପରସ୍ପରକୁ ଛକି ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Dhinkia_Thumbnail.jpg)