ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନାକୁ ଦଲାଲ୍‌ମୁକ୍ତ କରିବା ପାଇଁ ବ୍ରହ୍ମପୁର ପୁଲିସର ଅଭିନବ ଅଭିଯାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାଦ୍ବାରା ବଡ଼ ଡାକ୍ତରଖାନାକୁ ଆସୁଥିବା ରୋଗୀ ଉଚିତ୍‌ ସେବା ପାଇବା ସହିତ ହଇରାଣ ହେବେନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

Advertisment

publive-image

ଗତକାଲି ବ୍ରହ୍ମପୁର ଏସ୍.ପି. ଡା. ଶରବଣା ବିବେକ ଏମ୍‌.ଙ୍କ ନେତୃତ୍ବରେ ପୁଲିସର ଏକ ୧୫ଜଣିଆ ଟିମ୍‌ ରୋଗୀ ବେଶରେ ବଡ଼ ଡାକ୍ତରଖାନରେ ୫ ଘଣ୍ଟାର ଅପରେସନ୍‌ କରିଥିଲା। ପୁଲିସ ଟିମ୍‌ ବିଭିନ୍ନ ବିଭାଗକୁ ରୋଗୀ ବେଶରେ ଯାଇଥିଲା। ସେହିସମୟରେ ପୁଲିସ ଟିମ୍‌ ହାବୁଡ଼ରେ ୬ଜଣ ଦଲାଲ୍‌ ପଡ଼ିଥିଲେ। ଏହି ଦଲାଲମାନେ ଗରିବ ‌ରୋଗୀଙ୍କୁ ଘରୋଇ କ୍ଲିନିକ୍‌ ଓ ଡାଇଗ୍ନୋଷ୍ଟିକ୍‌କୁ ଚାଲାଣ କରୁଥିଲେ। ଧରାପଡ଼ିବା ପରେ ପୁଲିସ ସେହି ଦଲାଲ୍‌ମାନଙ୍କୁ କୋର୍ଟ ଚାଲାଣ କରିଥିଲା।

publive-image