ପିପିଲିରେ ଯୁବକଙ୍କୁ ଗଳାକାଟି ବୀଭତ୍ସ ହତ୍ୟା ଘଟଣା: ବାଲିପାଟଣାରୁ ମାଷ୍ଟର ମାଇଣ୍ଡକୁ ଗିରଫ କଲା ପୁଲିସ

ବାଲିପାଟଣା/ପିପିଲି: ପିପିଲି ନୂଆଶାସନରେ ଯୁବକଙ୍କୁ ଗଳାକାଟି ବୀଭତ୍ସ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡକୁ ପୁଲିସ ଗିରଫ କରିଥିବାର ଖବର ମିଳିଛି।  ଗତକାଲି ରାତି ୧୨ଟା ପାଖାପାଖି ସମୟରେ ବାଲିପାଟଣା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଅଞ୍ଚଳରୁ ତାକୁ ପୁଲିସ ଧରିବାରେ ସଫଳ ହୋଇଛି।

ମୋବାଇଲ ଟ୍ରାକ୍ କରି ଅଭିଯୁକ୍ତ ରମାକାନ୍ତ ବେହେରାକୁ ପୁଲିସ ଧରିଛି। ସେ ତାର ସମ୍ପର୍କୀୟ ରମାକାନ୍ତ ଭୋଇଙ୍କ ଘରେ ଲୁଚିଥିବା ଖବର ମିଳିବା ପରେ ରାତିଅଧିଆ ଚଢାଉ ହୋଇଥିଲା । ଏହି ଘଟଣାରେ ଆଉ କିଏ ସଂଶ୍ଳିଷ୍ଟ ଓ କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଛି, ତାର ତଦନ୍ତ କରୁଛି ପୁଲିସ।
ସୂଚନାଯୋଗ୍ୟ, ଗତକାଲି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବାରଣ୍ଡାରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତହେଦ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇଁ ପିପିଲି ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତ ଯୁବକଙ୍କ ଜଣକ ନୂଆଶାସନର ଲିକୁନା ବେହେରା ବୋଲି ଜଣାପଡ଼ିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଯୁବକଙ୍କ ବଡ଼ ଭାଇ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର