ପୁନଃ ନିଯୁକ୍ତି ଦାବିରେ ଧାରଣାରତ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ବର: ପୁନଃ ନିଯୁକ୍ତି ଦାବିରେ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟ ସମ୍ମୁଖରେ କମ୍ପ୍ୟୁଟର ଶିକ୍ଷକମାନେ ଧାରଣାରେ ବସିଛନ୍ତି। କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଫିନାଇଲ ଓ କିରୋସିନ ପିଇ ଆତ୍ମାହୁତି କରିବାକୁ ଉଦ୍ୟମ କରିଛନ୍ତି। ଗତ ଦୁଇ ବର୍ଷ ହେବ ବିନା କାରଣରେ ସରକାର ଛଟେଇ କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ଆତ୍ମାହୁତି ଉଦ୍ୟମ ସମୟରେ ପୁଲିସ ସହ ଧସ୍ତାଧସ୍ତି କରିବା ସହ ଓସେପା କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ ଶିକ୍ଷକ। ପୁଲିସ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାବେଳେ ଉତ୍ତେଜନା ଦେଖାଦେଇଥିଲା। ଶେଷରେ ଆନ୍ଦୋଳନରତ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସହ ଧସ୍ତାଧସ୍ତି ବେଳେ କ୍ୟାପିଟାଲ ଥାନା ଅଧିକାରୀ ଆହତ ହୋଇଥିବା ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

କୋଭିଡ କଟକଣା ନିୟମ ଭାଙ୍ଗି ଏକାଠି ହୋଇଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଗିରଫ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଡିସିପି ଉମାଶଙ୍କର ଦାସ। ଅପରପକ୍ଷରେ ସେମାନଙ୍କୁ ଗିରଫ ବେଳେ ଶିକ୍ଷୟତ୍ରୀଙ୍କୁ ପୁଲିସ ଅଧିକାରୀ ଠେଲାପେଲା କରିଥିବା ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର