ମାଲକାନଗିରି : ଲାଞ୍ଚ ନେଇ ଭିଜିଲାନସ ଜାଲରେ ପଡ଼ିଲେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ପୁଲିସ ଏଏସଆଇ ବାଲାଜୀ କୁମାର ନାୟକ। ଗୋଟିଏ ଗଣ୍ଡଗୋଳ ମାମଲାର ସମାଧାନ ପାଇଁ ୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପଚରା ଉଚୁରା ପରେ ବାଲାଜୀଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, କିଛି ଦିନ ତଳେ ଗୋଟିଏ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ମାମଲା ନକରି ବିବାଦର ସମାଧାନ ପାଇଁ ଏଏସଆଇ ବାଲାଜୀ କୁମାର ନାୟକ ଉଭୟ ପକ୍ଷ ସହ ଆଲୋଚନା କରିଥିଲେ। ଏପରିକି ସମାଧାନ କରାଇବା ପାଇଁ ୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଏନେଇ କୁଡୁମୁଲୁଗୁମ୍ମାର ଜିତେନ୍ଦ୍ର ଖିଲ ମାଲକାନଗିରି ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ।
ଭିଜିଲାନସ ଜାଲରେ ପୁଲିସ ଏଏସଆଇ
/sambad/media/post_attachments/wp-content/uploads/2019/03/vigi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)